publive-imageମେଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟାବସାୟିକ ମାମଲାରେ ଦୂର ଯାତ୍ରା।

Advertisment

publive-imageବୃଷ: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିବ।

publive-imageମିଥୁନ: ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

publive-imageକର୍କଟ: ଅଧିକାରୀଙ୍କ ସହିତ କୌଣସି ବିଶେଷ ବିଷୟରେ କଥାବାର୍ତ୍ତା ହେବେ। ବେପାରୀଙ୍କୁ ଅଧିକ ଲାଭ ମିଳିବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ପାରିବାରିକ ଜୀବନ ସୁଖମୟ।

publive-imageସି˚ହ: ଅଫିସରେ ବ‌ାତାବରଣ ଠିକ୍‌ଠାକ୍‌ ରହିବ। ବରିଷ୍ଠଙ୍କ ସହିତ କୌଣସି ବିଷୟ ଉପରେ କଥାବାର୍ତ୍ତା ହେବେ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ।

publive-imageକନ୍ୟା: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ବଢ଼ିଆ ରହିବ। ଅଧିକାରୀବର୍ଗଙ୍କ ସହିତ ସଂପର୍କ ବଢ଼ିବ। ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ଭଲ ରହିବ।

publive-imageତୁଳା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଆଇନ-କାନୁନ ମାମଲାରେ ବି‌େଶଷ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସ୍‌ କାମରେ ସହର ବାହାରକୁ ଯିବେ।

publive-imageବିଛା: ଯୋଗ୍ୟତା ଅନୁସାରେ ଫଳ ମିଳିବ। ଇ˚ଜିନିୟରଙ୍କୁ କୌଣସି କାମରେ ପ୍ରଚୁର ଧନଲାଭ ହୋଇପାରେ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

publive-imageଧନୁ: କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ। ବିଶେଷ କାର୍ଯ୍ୟରେ କରିଥିବା ପରିଶ୍ରମରୁ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageମକର: ଅନ୍ୟମାନଙ୍କ ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିିମାନେ ସମ୍ମାନିତ ହୋଇପାରନ୍ତି। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।

publive-imageକୁମ୍ଭ: ଅର୍ଥ ସମ୍ବନ୍ଧରେ ନିଜ ଲୋକଙ୍କ ଠାରୁ ପରାମର୍ଶ ମିଳିପାରେ। ବ୍ୟାବସାୟିକ ଯାତ୍ରାରେ ବାହାରକୁ ଯାଇପାରନ୍ତି। ନିଜ ପାଇଁ ଗୁରୁତ୍ବପୂର୍ଣ୍ଣ ଜିନିଷକୁ ଆୟତ୍ତରେ ରଖନ୍ତୁ।

publive-imageମୀନ: ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଆନ୍ତୁ; ଶୁଭ ହେବ। ଆପଣଙ୍କ ମନରେ ସକରାତ୍ମକ ବିଚାର ଆସିବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ।