ମେଷ: ପୁରୁଣା କଥା ମନକୁ ବିଚଳିତ କରିପାରେ। ଅଫିସ କାମରେ ବାଧା ଉପୁଜିବା ଆଶଙ୍କା। ବିବାହିତଙ୍କ ଲାଗି ଦିନଟି ଭଲ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କୌଣସି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବ୍ୟବସାୟୀଙ୍କୁ ଧନଲାଭ। ଚାକିରି ଅନୁସନ୍ଧାନକାରୀଙ୍କୁ ନିଯୁକ୍ତି ମିଳିବ।
ମିଥୁନ: ସକରାତ୍ମକ ଭାବନାରେ ଦିନ କଟିବ। ଅନ୍ୟମାନଙ୍କ ସହଯୋଗରେ ସମସ୍ୟା ସମାଧାନ ହେବ। ଜମି କିଣା ବାବଦରେ ଚୂଡ଼ାନ୍ତ କଥାବାର୍ତ୍ତା ହୋଇପାରେ।
କର୍କଟ: ଶୁଭ ଖବର ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟରେ ମିତ୍ରଙ୍କ ସହ କଥାବର୍ତ୍ତା ହେବେ। ଘରେ ଛୋଟ ସମାରୋହ ଆୟୋଜନ କରିପାରନ୍ତି।
ସି˚ହ: ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ କଟିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: ସାରାଦିନ ଉତ୍ସାହିତ ରହିେବ। ମନରେ ନୂଆ ବିଚାର ଆସିବ। ବନ୍ଧୁଙ୍କ ସହିତ ସାକ୍ଷାତ୍ ଓ ଆଲୋଚନା ଫଳପ୍ରଦ ହେବ।
ତୁଳା: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଦୀର୍ଘ ଦିନର ସମସ୍ୟା ସମାଧାନ ହେବ। ଧନପ୍ରାପ୍ତିର ଯୋଗ।
ବିଛା: ଜୀବନକୁ ସରସ ସୁନ୍ଦର କରିବା ଲାଗି ନୂଆ କିଛି କରିବେ। ଧୈର୍ଯ୍ୟ ଓ ସାହସର ସହ ଶତ୍ରୁର ମୁକାବିଲା କରିବେ। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ।
ଧନୁ: ଦିନଟି ଭଲରେ କଟିବ। କୌତୁକିଆ ସ୍ବଭାବରେ ଅନ୍ୟର ମନ କିଣିନେବେ। ପରିଶ୍ରମର ଫଳ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମକର: କର୍ମକ୍ଷେତ୍ରରେ ନୂଆ ନିୟମ ଅନୁସାରେ କାମ କରିବେ। ଚାଷୀଙ୍କୁ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ପ୍ରସଙ୍ଗରେ ଭଲ।
କୁମ୍ଭ: ଦିନ ସାରା ଉତ୍ସାହିତ ରହିବେ। ପୁରୁଣା ଇଚ୍ଛା ପୂରଣ ହେବ। ଆର୍ଥିକ ଦୃଷ୍ଟିରୁ ମଜଭୁତ ରହିେବ। ରାଜନୀତିରେ ସଫଳ ହେବେ।
ମୀନ: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧର୍ମଗ୍ରନ୍ଥ କିଣିପାରନ୍ତି। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ।