ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ପୂରା ଲାଗି ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁମାନଙ୍କ ସହ ଭଲ ସମୟ ଅତିବାହିତ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବୃଷ: ନୂଆ କ୍ୟାରିଅର ପାଇଁ ସୁଯୋଗ ମିଳିପାରେ। କୌଣସି ବିଶେଷ ବିଷୟରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଚିନ୍ତାଗ୍ରସ୍ତ ରହିବେ। ଅନ୍ୟମାନେ ଆପଣଙ୍କ କାମର ଦୋଷ ତ୍ରୁଟି ବାହାର କରିପାରନ୍ତି। ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ।

କର୍କଟ: ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ କରନ୍ତୁ, ସଫଳତା ମିଳିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବେପାରୀଙ୍କୁ ଅଧିକ ଧନଲାଭ।

ସିଂହ: କାମରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଚାକିରି ସମ୍ବନ୍ଧରେ ଶୁଭ ସ˚କେତ ମିଳିବା ହେତୁ ପରିବାରରେ ଖୁସି ବଢ଼ିବ।

କନ୍ୟା: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହୋଇପାରେ। ଠିକ୍‌ ନିଷ୍ପତ୍ତି ନେବେ। ଆୟର ନୂଆ ବାଟ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

ତୁଳା: ବ୍ୟବସାୟରେ ସଫଳତା ମିଳିବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ନବଦଂପତିଙ୍କ ମନର ଆବେଗରେ ଭଟ୍ଟା ଦେଖାଦେଇପାରେ।

ବିଛା: ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଚାକିରିଜୀବୀଙ୍କୁ ଅଫିସରେ ଭଲ ଖବର ମିଳିବ। ଅଧସ୍ତନ କର୍ମଚାରୀ ଆପଣଙ୍କଠାରୁ କାମ ଶିଖିବାକୁ ଚାହିଁବେ।

ଧନୁ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ନୂଆ କାମରେ ଆପଣଙ୍କୁ ସଫଳତା ମିଳିବ। ପରିବାରରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ।

ମକର: ସୁସ୍ଥ ଓ ସତେଜ ଅନୁଭବ କରିବେ। ରୋଜଗାର କ୍ଷେତ୍ରରେ ସଫଳତା ମିଳିପାରେ। ବିଦେଶ ଯାତ୍ରାର ଯୋଗ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ପ୍ରଭାବକାରୀ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ମୀନ: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଗ୍ରହଣ କରିବେ। ବ୍ୟବସାୟ‌େର ବୃଦ୍ଧି ଲାଗି ନିକଟ ବନ୍ଧୁ ସହଯୋଗ କରିବେ। ପଡେ଼ାଶୀ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ସମ୍ବନ୍ଧିତ ଖବର