ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ନୂଆ ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଜୀବୀଙ୍କ ଆର୍ଥିକ ପକ୍ଷ ମଜଭୁତ ହେବ।

ବୃଷ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି।

ମିଥୁନ: କାର୍ଯ୍ୟ ସମୟରେ ମନ ଶାନ୍ତ ରଖନ୍ତୁ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମରେ ସଫଳତା ମିଳିବ।

କର୍କଟ: ଯେଉଁ କାମ ହାତକୁ ନେବେ ଲାଭ ପାଇବେ। ଅଫିସ କାମରେ ଦୂର ଯାତ୍ରା। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ସି˚ହ: ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କ ଗୁଣଗାନ କରିବେ। ନୂଆ ସ୍ରୋତରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ।

କନ୍ୟା: ନିଜ ସଫଳତା ନେଇ ଆଶ୍ବସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ପ୍ରିୟ ବନ୍ଧୁଙ୍କ ସହିତ ବୁଲିବାରେ ଅଧିକ ସମୟ ବିତାଇବେ।

ତୁଳା: ନୂଆ କାମ ଆରମ୍ଭ କରିବାର ସମ୍ଭାବନା। ସାମାଜିକ ସମାରୋହରେ ଅଂଶଗ୍ରହଣର ସୁଯୋଗ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ବିଛା: କାମକୁ ପୂରା କରିବା ଲାଗି ନୂଆ ଉପାୟ ବାହାର କରିବେ। ପରିବାରରେ ପ୍ରସନ୍ନତା ବଜାୟ ରହିବ। ବ୍ୟବସାୟୀଙ୍କୁ ଧନଲାଭ। ଜୀବନସାଥୀଙ୍କଠାରୁ ପ୍ରେମ ପାଇବେ।

ଧନୁ: ସପରିବାର ମନ୍ଦିରକୁ ଯାଇପାରନ୍ତି। ଖୁସି ଖବର ପାଇବେ। କ୍ୟାରିୟର ବିଷୟରେ ସବୁ କିଛି ଭଲ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ।

ମକର: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

କୁମ୍ଭ: ଭବିଷ୍ୟତକୁ ସୁନ୍ଦର କରିବା ଲାଗି ନୂଆ ପଦକ୍ଷେପ ନେବେ। ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ବଢ଼ିଆ ରହିବ। ବ୍ୟବସାୟରେ ଲାଭ।

ମୀନ: ଭାଗ୍ୟ ଆପଣଙ୍କୁ ସହାୟ ହେବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ନେତାଙ୍କ ଲାଗି ଦିନଟି ଶୁଭ।

ସମ୍ବନ୍ଧିତ ଖବର