ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କୌଣସି କାର୍ଯ୍ୟ ସିଦ୍ଧିରେ ମିତ୍ରଙ୍କ ସହଯୋଗ ମିଳିବ। ଜମି କିଣିବା ପାଇଁ ଯୋଜନା କରିପାରନ୍ତି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

ବୃଷ: ନୂଆ କିଛି କରିବାକୁ ଆଗଭର ହେବେ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ।

ମିଥୁନ: ଦିନଟି ଆତ୍ମବିଶ୍ବାସଭରା ରହିବ। ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ। ଛାତ୍ରଛାତ୍ରୀ ଅଧୢୟନରେ ମନୋନିବେଶ କରିବେ।

କର୍କଟ: ନୂଆ ବ୍ୟବସାୟ ପାଇଁ ପ୍ରସ୍ତାବ। ପରିବାର ଲୋକଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ।

ସି˚ହ: ଦିନଟି ଶୁଭଙ୍କର। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଚିନ୍ତାକରିବେ। ସାମାଜିକ ସ୍ଥିତି ମଜଭୁତ ହେବ। ଛାତ୍ରୀମାନେ ଅଧ୍ୟୟନରେ ଅଧିକ ମନ ଦେବେ।

କନ୍ୟା: ପ୍ରଗତି ପଥରେ ଆଗେଇବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ। ଅଫିସରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ତୁଳା: ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ଧନଲାଭର ନୂଆ ରାସ୍ତା ଫିଟିବ। ଛାତ୍ରମାନେ ସେମାନଙ୍କ ପରିଶ୍ରମର ଫଳ ପାଇବେ।

ବିଛା: ଆପଣଙ୍କ ବ୍ୟକ୍ତିତ୍ବ ଅଧିକ ବିକଶିତ ହେବ। ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ।

ଧନୁ: ନିଜକୁ ଉତ୍ସାହିତ ଅନୁଭବ କରିବେ। ସବୁ କାମ ସୁରୁଖୁରୁରେ ସଂପନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦର୍ଶନୀୟ ସ୍ଥାନକୁ ସପରିବାର ବୁଲିଯିବେ।

ମକର: ଆଶା ପୂରଣ ହେବାର ସମ୍ଭାବନା। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି। ଧନପ୍ରାପ୍ତି ଯୋଗ। ପରିବାର ସଦସ୍ୟଙ୍କ ଠାରୁ ସାହାଯ୍ୟ ପାଇବେ।

କୁମ୍ଭ: ମନ ମୁତାବକ କାର୍ଯ୍ୟ ପୂରଣ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜନୀତିରେ ସଫଳ ହେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ମୀନ: ବ୍ୟବସାୟରେ ଲାଭ-କ୍ଷତି ଲାଗି ରହିବ। ଆର୍ଥିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି। ଅଫିସରେ କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ।

ସମ୍ବନ୍ଧିତ ଖବର