ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଗତିରେ ଅବରୋଧ ହୋଇପାରେ। ସମସ୍ୟାକୁ ଧୈର୍ୟ୍ୟର ସହ ମୁକାବିଲା କରନ୍ତୁ, ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବୃଷ: କମ୍ ପରିଶ୍ରମରେ ବେଶି ସଫଳତା ପାଇବେ। ନୂଆ ବ୍ୟବସାୟ କରିବାକୁ ଚିନ୍ତା କରିବେ। ପାରିବାରିକ ଜୀବନ ସୁଖଦ ହେବ।

 

ମିଥୁନ: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରିୟଜନଙ୍କୁ ମନକଥା କହିବେ।

 

କର୍କଟ: ପରିଶ୍ରମ ବଳରେ ବାଧା ଦୂର ହେବ। ବ୍ୟବସାୟରେ କିଛି ନୂଆ କରିପାରନ୍ତି। ବନ୍ଧୁଙ୍କ ସହିତ ଦୀର୍ଘ ସମୟ କଥା ହେବେ।

 

ସି˚ହ: ନିତିଦିନିଆ କାର୍ୟ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। କୃଷିଜୀବୀଙ୍କୁ ଲାଭ ମିଳିପାରେ। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ।

 

କନ୍ୟା: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ପୁଞ୍ଜି ଲଗାଇବାକୁ ଚିନ୍ତା କରିବେ। ଘରୋଇ ଜୀବନରେ ଖୁସି ରହିବେ।

 

ତୁଳା: କାହାରିକୁ ମନ କଥା କହିବା ପାଇଁ ଭଲ ଦିନଟିଏ। ବ୍ୟବସାୟରେ ଲାଭ ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

 

ବିଛା: ନୂଆ କାମରେ ଲାଭ ମିଳିବା ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

 

ଧନୁ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲି ପାରେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ବ୍ୟବସାୟରେ ଲାଭ ବଢ଼ାଇବାର ଯୋଜନା କରିବେ।

 

ମକର: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଉନ୍ନତିର ନୂଆ ରାସ୍ତା ଖୋଲିବ। ପାରିବାରିକ ଜୀବନରେ ହସଖୁସି ଲାଗି ରହିବ।

 

କୁମ୍ଭ: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଆପଣଙ୍କ ଉପରେ ଲୋକଙ୍କର ବିଶ୍ବାସ ଅତୁଟ ରହିବ। ବ୍ୟବସାୟରେ ଚୁକ୍ତିପତ୍ର ହୋଇପାରେ।

 

ମୀନ: ଇଷ୍ଟଦେବଙ୍କ ସ୍ମରଣରେ ସମୟ ବିତିବ। ଭାବିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ଛାତ୍ରଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ।

ସମ୍ବନ୍ଧିତ ଖବର