ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।

ବୃଷ: ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା ହେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ମିଥୁନ: ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଛାତ୍ରଙ୍କୁ ଭଲ ଅବସର ମିଳିପାରେ।

 

କର୍କଟ: କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ବରିଷ୍ଠ ଆପଣଙ୍କ କାମକୁ ନେଇ ଖୁସି ରହିବେ। ପ୍ରିୟଜନଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।

 

ସି˚ହ: ମନ ଶାନ୍ତ ରହିବ। ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମ ପୁସ୍ତକ ଆଦି ପଢ଼ିବେ। ଅସହାୟଙ୍କୁ ସାହାଯ୍ୟ କରିବେ।

 

କନ୍ୟା: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କାମ ସ˚ପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

 

ତୁଳା: ଆପଣଙ୍କର ସବୁ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ। ଚାକିରି ପାଇଁ ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

ବିଛା: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ୟ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବିବାଦ ସମ୍ବନ୍ଧରେ ଓକିଲଙ୍କ ପରାମର୍ଶ ନେବେ।

 

ଧନୁ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ।

 

ମକର: କ୍ୟାରିୟର ନେଇ ଚିନ୍ତିତ ରହିବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ସାବଧାନତାର ସହ ବାହନ ଚଳାନ୍ତୁ।

 

କୁମ୍ଭ: ଆପଣଙ୍କ ମନକୁ ନୂଆ ବିଚାର ଆସିବ। ଚାକିରିଜୀବୀଙ୍କୁ ଶୁଭ ଖବର ମିଳିବ। ବୈବାହିକ ଜୀବନ ସୁଖଦ ରହିବ।

 

ମୀନ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ନେତୃତ୍ବ ନେବାର କ୍ଷମତା ସୁପରିଣାମ ଆଣିବ। ବ୍ୟବସାୟ‌େର ବଡ଼ ଚୁକ୍ତି କରିବେ।

ସମ୍ବନ୍ଧିତ ଖବର