ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ।

ବୃଷ: କ୍ୟାରିୟର ଲାଗି ନୂଆ ସୁଯୋଗ ମିଳିବ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ନୂଆ କାମରେ ପୁଞ୍ଜି ଲଗାଇଲେ ଲାଭ ହେବ।

ମିଥୁନ: କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

କର୍କଟ: ଦିନଟି ବ୍ୟସ୍ତତାରେ କଟିବ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ।

ସି˚ହ: ଆପଣଙ୍କ ସହିତ ସବୁକିଛି ଭଲ ହେବ। ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ଭାବିଥିବା କାମ ବିନା ବାଧାରେ ପୂରା ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରିୟ ଲୋକଙ୍କ ସହିତ ଗପସପରେ ସମୟ ବିତିବ।

ତୁଳା: ଦିନଟି ବିଶେଷ କାମ ଲାଗି ଭଲ। ଲୋକେ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ଅବରୋଧ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ।

ବିଛା: ଠିକ୍ ନିଷ୍ପତ୍ତି ଆପଣଙ୍କ ଜୀବନକୁ ସହଜ କରିବ। ପରିଶ୍ରମର ଫଳ ଅତିଶୀଘ୍ର ମିଳିବ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାଇ ପାରନ୍ତି।

ଧନୁ: ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଲୋକଙ୍କୁ ପ୍ରଭାବିତ କରିବ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ସ˚ପର୍କିୟ ବିବାହ ପ୍ରସ୍ତାବ ନେଇ ଘରକୁ ଆସିବେ।

ମକର: ଆପଣଙ୍କ ମନରେ ନୂଆ ବିଚାର ଆସିପାରେ। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ। ଜୀବନସାଥୀଙ୍କ ସହିତ ଘରେ ଚଳଚ୍ଚିତ୍ର ଦେଖିବେ।

କୁମ୍ଭ: ଭାବିଥିବା କାମ ସହଜରେ ପୂରା ହୋଇଯିବ। ଆପଣଙ୍କ ଜୀବନରେ ନୂତନ ସ˚ପର୍କ ଆରମ୍ଭ ହେବ। ରାଜନୀତିରେ ମନୋକାମନା ପୂରା ହେବ।

ମୀନ: ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର