ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର କାମରେ ଅଧିକ ସମୟ ବିତିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ବୃଦ୍ଧି ପାଇବ।

ବୃଷ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚ ପଦବୀ ମିଳିପାରେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମିଥୁନ: ଭାଗ୍ୟର ସହଯୋଗ ମିଳିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ, ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

କର୍କଟ: ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟତମ ଖୁସି ରହିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।

ସି˚ହ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ପାଇବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ। କଳା ଛାତ୍ର ଅଧୢୟନ ଶୈଳୀରେ ପରିବର୍ତ୍ତନ କରିବେ।

କନ୍ୟା: ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ଉନ୍ନତି ହେବ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

ତୁଳା: ସ˚ପର୍କୀୟଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ବିଛା: ଯେଉଁ କାମ ମନୋଯୋଗରେ କରିବେ, ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ।

ଧନୁ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ ବରିଷ୍ଠଙ୍କ ଠାରୁ ପ୍ରଶ˚ସା ପାଇବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଯାହା ବି କରନ୍ତୁ ବଡ଼ଙ୍କ ପରାମର୍ଶ ନିଅନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

କୁମ୍ଭ: ମହତ୍ତ୍ବପୂର୍ଣ୍ଣ ବିଷୟରେ ସାହସର ସହ ଆଗେଇ ଆସନ୍ତୁ, ସଫଳ ହେବେ। ଘରେ ଓ ଅଫିସରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବୃଦ୍ଧି ହେବ।

ମୀନ: ଆପଣ ସହଯୋଗୀଙ୍କୁ ପ୍ରଭାବିତ କରିବେ। ଶୁଭ ସମାଚାର ମିଳିବାର ଯୋଗ ରହିଛି। କ୍ୟାରିୟର ପ୍ରସଙ୍ଗରେ ଆପଣଙ୍କ ସହିତ ଭଲ ହେବ।

ସମ୍ବନ୍ଧିତ ଖବର