ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କର୍ମ ସାଧନ ଲାଗି ଭଲ ସୁଯୋଗ ଆସିବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବୃଷ: କାମକୁ ଠିକ୍‌ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ।

ମିଥୁନ: ପୂଜାପାଠରେ ସମୟ ବିତିବ। ନୂଆ ବିଚାର ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।

କର୍କଟ: ସାହସିକ ନିଷ୍ପତ୍ତି ବଳରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ।

ସି˚ହ: ଜରୁରୀ କାମରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଳାସ ଉପକରଣ କିଣି ପାରନ୍ତି। ପରିବାରରେ ସୁଖ ବୃଦ୍ଧି ହେବ।

କନ୍ୟା: ରାଜନୈତିକ କାର୍ୟ୍ୟରେ ସମୟ ବିତିବ। ବନ୍ଧୁଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ତୁଳା: ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ବିଛା: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଭବିଷ୍ୟତରେ ଲାଭ ଦେବ। ଆପଣଙ୍କ ଠାରୁ ପରିବାର ଲୋକଙ୍କର ବହୁତ ଆଶା ରହିବ।

ଧନୁ: ବ୍ୟବସାୟିକ ଚୁକ୍ତିରେ ଲାଭ ହୋଇପାରେ। ସମାଜରେ ପ୍ରତିପତ୍ତି ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ।

ମକର: କାର୍ୟ୍ୟ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ଦିନଟି ଶୁଭ। ଧନ ସ˚ପତ୍ତି ବୃଦ୍ଧି ହୋଇପାରେ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

ମୀନ: ବୁଦ୍ଧିମତ୍ତାର ସହିତ ଅଧିକ ପରିଶ୍ରମ କଲେ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ ଉଦ୍‌ବେଗ ବଢ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର