ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ।

ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ବେପାର ବୃତ୍ତିରେ ମନ ଲାଗି ରହିବ। ସାହସିକ ନିଷ୍ପତ୍ତିରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ସି˚ହ: ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କୀୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି।

କନ୍ୟା: ବୁଦ୍ଧିମତ୍ତାରେ କାମ କରନ୍ତୁ, ଲାଭ ହେବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ବୈବାହିକ ଜୀବନରେ ସୁଖୀ ରହିବେ।

ବିଛା: ଆପଣ ଆତ୍ମବିଶ୍ବାସ ଭରା ରହିବେ। ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ ଅତିଶୀଘ୍ର ପୂରା କରିନେବେ। ସମସ୍ତଙ୍କ ପ୍ରତି ଆପଣଙ୍କ ବ୍ୟବହାର ଭଲ ରହିବ।

ଧନୁ: ଜୀବନରେ ମଉଜ ମଜଲିସ ପାଇଁ ଉତ୍ତମ ଅବସର ପାଇବେ। କ୍ୟାରିୟରରେ ଆପଣଙ୍କ ସହିତ ଭଲ ହୋଇପାରେ। ରାତିରେ ଭଲ ନିଦ ହେବ।

ମକର: କାହାରି ସହିତ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାର୍ୟ୍ୟରେ ବାଧା ଉପୁଜିପାରେ। ମହିଳାମାନଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନିଜର କାମ ମନୋଯୋଗରେ କରିବେ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ନୂଆ ଦାୟିତ୍ବ ଦେବେ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟାବସାୟିକ କାମରେ ଧନଲାଭ ହେବ।

ସମ୍ବନ୍ଧିତ ଖବର