ମେଷ: ଆପଣଙ୍କ ନିଷ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ସମାଜରେ ଲୋକପ୍ରିୟତା ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ସମାଜରେ ପ୍ରତିପତ୍ତି ବଢ଼ିବ।
ମିଥୁନ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଅଫିସରେ ଆପଣଙ୍କର ପ୍ରଶ˚ସା ହେବ।
କର୍କଟ: କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ଅନ୍ୟମାନଙ୍କୁ ନିଜର ବିଚାର ଗ୍ରହଣ କରିବା ଲାଗି ବାଧ୍ୟ କରନ୍ତୁ ନାହିଁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ସି˚ହ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ।
କନ୍ୟା: ନୂଆ କାର୍ୟ୍ୟ ଆରମ୍ଭ ଓ ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସହଯୋଗର ହାତ ବଢ଼ାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ।
ତୁଳା: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ମିଳିପାରେ।
ବିଛା: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟୀମାନେ ବଡ଼ ଚୁକ୍ତି କରିପାରନ୍ତି। ଘରକୁ କୁଣିଆ ଆସିବେ।
ଧନୁ: ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।
ମକର: ବେପାର ବୃତ୍ତିରେ ମନ ଲାଗିବ। ଅଚାନକ ଧନପ୍ରାପ୍ତି ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତ ହେବ।
କୁମ୍ଭ: ପୂରା ଦିନ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।
ମୀନ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।