ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କାର୍ୟ୍ୟ ବ୍ୟସ୍ତତା ସତ୍ତ୍ବେ ମଉଜ ଲାଗି ସମୟ ବାହାର କରିନେବେ।

ବୃଷ: ଆପଣଙ୍କ ଆଖପାଖରେ ସୁଖଦ ବାତାବରଣ ରହିବ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।

ମିଥୁନ: ଭାଗ୍ୟ ଆପଣଙ୍କର ପରୀକ୍ଷା ନେଇପାରେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ଆପଣଙ୍କୁ ନୂଆ ମାର୍ଗ ତିଆରି କରିବାକୁ ହେବ।

କର୍କଟ: ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।

ସି˚ହ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ବେପାରରେ ଉନ୍ନତି କରିବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

କନ୍ୟା: ବାପାଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣି ଲାଭ ପାଇବେ।

ତୁଳା: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇ ଯିବ। ନିଜର ବିଚାର ଗ୍ରହଣ କରିବା ଲାଗି ଅନ୍ୟମାନଙ୍କ ଉପରେ ଜୋର୍ କରନ୍ତୁ ନାହିଁ।

ବିଛା: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ।

ଧନୁ: ଦିନଟି ଶୁଭପ୍ରଦ। ବିଭିନ୍ନ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମକର: ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ବହୁ ଦିନର ଆଶା ପୂରଣ ହେବ।

କୁମ୍ଭ: ମହିଳାମାନଙ୍କ ଲାଗି ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ନୂଆ ଲୋକଙ୍କ ସହିତ ମିଶିବେ। ବାହନ କିଣିବା ଲାଗି ମନ ବଳିବ।

ମୀନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ବ୍ୟବସାୟ ସ˚ପର୍କିତ ମହତ୍ତ୍ବପୂର୍ଣ୍ଣ ଆଲୋଚନା ହେବ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ପାଇବେ।

ସମ୍ବନ୍ଧିତ ଖବର