ମେଷ: ଆପଣଙ୍କର ମାନସିକ ଅବସ୍ଥା ଭଲ ରହିବ। ନିଜର କାମ ସମ୍ପର୍କିତ ଯୋଜନା ପ୍ରସ୍ତୁତ କରିବେ। ଚାକିରିଜୀବୀଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ।
ବୃଷ: ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ଆର୍ଥିକ ପ୍ରସଙ୍ଗରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଘରେ ଖୁସିର ପରିବେଶ ରହିବ।
ମିଥୁନ: ପୁଞ୍ଜି ନିବେଶ ବିଷୟରେ ନୂଆ ପରାମର୍ଶ ପାଇପାରନ୍ତି। ଅଫିସରେ ଅଧିକାରୀଙ୍କୁ ଅନାବଶ୍ୟକ କଥା କୁହନ୍ତୁ ନାହିଁ। ପରିବାରରେ ଦାୟିତ୍ବ ବଢ଼ିପାରେ।
କର୍କଟ: ଜୀବନରେ ଆଗକୁ ବଢ଼ି ଚାଲିବେ। ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। ଭଲ ଖବର ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ।
ସି˚ହ: ଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ଖୋଲିବ। କଳା କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦୂର ହେବ।
କନ୍ୟା: ଘରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ତୁଳା: ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କୁ କିଛି ବାଧାର ସାମନା କରିବାକୁ ପଡ଼ିପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ।
ବିଛା: ହୋଟେଲ ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ। ଟେଲି-କଳାକାରଙ୍କ ପାଇଁ ଦିନଟି ଉତ୍ତମ। ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଢ଼ିବ।
ଧନୁ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବନ୍ଧୁଙ୍କ ସହିତ ଲାଗି ରହିଥିବା ତିକ୍ତତା ସମାପ୍ତ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
ମକର: ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ରଚନାତ୍ମକ କାମରେ ସଫଳତା ପାଇବେ। ବାଣିଜ୍ୟ ଛାତ୍ରଙ୍କୁ ମନ ମୁତବାକ କାର୍ଯ୍ୟ ମିଳିବ।
କୁମ୍ଭ: ଭାବୁଥିବା କାର୍ଯ୍ୟ ଗତିଶୀଳ ହେବ। ସରକାରୀ କାମରେ ସଫଳତା ମିଳିପାରେ। ନୂଆ ବାହନ କିଣିବା ଲାଗି ମନ ବଳିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେବ।
ମୀନ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ।