ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଚଞ୍ଚଳ ସ୍ବଭାବ ପାଇଁ ଅଶାନ୍ତି ହୋଇପାରନ୍ତି। ବ‌େୟାଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ଜୀବନ ପାଇଁ ସଫଳତାର ଦିନଟିଏ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଆମଦାନିର ନୂଆ ଅବସର ଖୋଲିବ। ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ଅବିବାହିତଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଶାରଳା।


ମିଥୁନ: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। ରାଜନୀତିରେ ସଫଳତା ମିଳିବ। କୌଣସି କାମରୁ ଆଶାରୁ ଅଧିକ ଧନଲାଭ ହେବ। ଛାତ୍ରଛାତ୍ରୀମାନେ ପଢ଼ିବା ଲେଖିବାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀ ଗଣେଶ।

କର୍କଟ: ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ଆଶା କରୁଥିବା ଦିଗରୁ ଧନଲାଭ ହେବ। ପରିବାରରେ ସୁଖଶାନ୍ତି ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

ସି˚ହ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଯେଉଁ କାମ ହାତକୁ ନେବେ ସେଥିରେ ମନପ୍ରାଣ ଢାଳି ଲାଗି ରହିବେ। ପରିବାର ଓ ମିତ୍ରଙ୍କ ସହାୟତାରେ କୌଣସି ଆଶା ପୂରା ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଭାଗୀଦାରି କାରବାରରେ ଆଶାଠୁଁ ଅଧିକ ଲାଭ ପାଇବେ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ପରିବାରର ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ବିଛା: ଆଜି ଆପଣଙ୍କର ମନୋବଳ ଉଚ୍ଚା ରହିବ। କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ମିତ୍ରଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। କିଛି ଖାସ୍‌ କାମ‌େର ଯାତ୍ରାରେ ଯିବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିମଳା।

ଧନୁ: ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଛି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ବ୍ୟବସାୟରେ ପରିଧି ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

କୁମ୍ଭ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କାଳୀଜାଈ।

ମୀନ: ଆପଣଙ୍କ ପରିଶ୍ରମରୁ ଭଲ ଫଳାଫଳ ମିଳିପାରେ। ମହତ୍ତ୍ବପୂର୍ଣ୍ଣ ମାମଲାରେ ମିତ୍ରଙ୍କ ସହିତ ପରାମର୍ଶ କରିବେ। ବିଲଡରଙ୍କୁ ନୂଆ ବ୍ୟବସାୟରୁ ଲାଭ ହେବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର