ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ମାହୋଲ୍‌ ରହିବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ପାଇବେ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମାଣିକେଶ୍ବରୀ।

ବୃଷ: ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। କାରବାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଭାବିଥିବା କାମ ବିନା ବାଧାରେ ସ˚ପନ୍ନ ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସନ୍ତାନଙ୍କ କାମରେ ଖୁସି ହେବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନୂଆ ଲୋକମାନଙ୍କ ସହିତ ଶିଷ୍ଟାଚାରରେ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀଗଣେଶ।

ସି˚ହ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରା ହେବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

କନ୍ୟା: ଦିନଟି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ବପୂର୍ଣ୍ଣ ବୈଠକ ହେବ। ଅଫିସରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ଆପଣଙ୍କ ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ଧନଲାଭର ନୂଆ ରାସ୍ତା ଖୋଲିବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତାରୁ ଆରାମ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ଧନୁ: ଖୁସ୍‌ ମିଜାଜର ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟପରିହାସ କରିବେ। କୌଣସି କାମ ମିତ୍ରଙ୍କ ସହଯୋଗରେ ସ˚ପୂର୍ଣ୍ଣ ହୋଇଯିବ। କିଛି ଖାସ୍‌ କାମରେ ଯାତ୍ରାରେ ଯିବେ। ଛାତ୍ରଙ୍କୁ କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ସହଜରେ ମନକାମନା ପୂରା ହେବ। ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। କୌଣସି ନୂଆ କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଛାତ୍ରଙ୍କ ପାଇଁ ଦିନଟି ଭଲ ପରିଣାମ ନେଇ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବା ହେତୁ ଖୁସି ରହିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ବ୍ୟବସାୟରେ ଅଚାନକ ଫାଇଦା ହେବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ବିରଜା।

ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ମିତ୍ରଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର