ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳ ସ୍ଥିତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପ୍ରେମିକ ପ୍ରେମିକାଙ୍କର ଭୁଲ୍ ଧାରଣା ଦୂର କରିବେ।

ବୃଷ: ଧାର ନେଇଥିବା ଅର୍ଥ ପରିଶୋଧ କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ। ‌

ମିଥୁନ: ଆପଣଙ୍କ ଭିତରେ ଶକ୍ତି ଭରପୂର ରହିବ। କାମ କରିବାର ଉତ୍ସାହ ବଢ଼ିବ। ପ୍ରତି ପଦକ୍ଷେପରେ ବନ୍ଧୁର ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ।

କର୍କଟ: ଆପଣଙ୍କୁ ସବୁ ଅଧୁରା କାର୍ଯ୍ୟରେ ସଫଳତା ମିଳିବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପରିବାରରେ ଏକତା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ।

ସିଂହ: ନିଜର ଜୀବନକୁ ଭଲ ଢଙ୍ଗରେ ଜିଇବାର ପ୍ରୟାସ କରନ୍ତୁ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଆହୁରି ଗଭୀର ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

କନ୍ୟା: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟ ସଂକ୍ରାନ୍ତ ଯାତ୍ରା ଲାଭପ୍ରଦ ହେବ। ଦାମ୍ପତ୍ୟ ସୁଖ ମିଳିବ। ପ୍ରିୟଜନ ଉପହାର ଦେବେ।

ତୁଳା: ଶାରୀରିକ ରୂପେ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଅଫିସରେ କୌଣସି କଥାକୁ ନେଇ ମନ ଉଦାସ ହୋଇପାରେ। ବୟସ୍କ ବ୍ୟକ୍ତିଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବନ୍ଧୁ ସହିତ ରେସ୍ତୋରାଁ ଯିବେ।

ବିଛା: କାରବାରରେ ଯଥେଷ୍ଟ ସଫଳତା ପାଇବେ। ରାଜନୈତିକ ସମାରୋହ ଆୟୋଜନର ଯୋଜନା କରିବେ। ପୁତ୍ର ପକ୍ଷରୁ ସୁଖ ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବାର‌ ଯୋଜନା କରିପାରନ୍ତି।

ଧନୁ: ଆଗକୁ ବଢ଼ିବା ପାଇଁ ମଉକା ଶୀଘ୍ର ପାଇବେ। ଭାଇ ଭଉଣୀ ସହିତ ଖୁବ୍ ମନୋରଂଜନ କରିବେ। ପଡ଼ୋଶୀ ଲୋକ ସହିତ ମଧୁରତା ବଜାୟ ରଖନ୍ତୁ। ବିବାହିତ ବ୍ୟକ୍ତି ନିଜ ସାଥୀଙ୍କୁ କୌଣସି ଉପହାର ଦେବେ।


ମକର: କଠିନ କାର୍ଯ୍ୟରେ ହାର ମାନିବେ ନାହିଁ। ବଡ଼ ପ୍ରକଳ୍ପରେ ପୁଞ୍ଜି ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ମସଲାଯୁକ୍ତ ଖାଦ୍ୟ ପରିହାର କରନ୍ତୁ।

କୁମ୍ଭ: ମନସ୍ଥ କରିଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆୟ ବ୍ୟୟର ସମନ୍ବୟ ବଜାୟ ରହିବ। ଆପଣ ବେପାରରେ ଆଗକୁ ବଢ଼ିବେ। ଶରୀର ସୁସ୍ଥ ରହିବ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ଅଫିସରେ ବନ୍ଧୁ ସହିତ ହସଖୁସିରେ ସମୟ ବିତିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ବାକିଥିବା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିନେବେ।

ସମ୍ବନ୍ଧିତ ଖବର