ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କ କାମ ପୂରା ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ଆଜି ଆପଣ ଘରୋଇ ସାମଗ୍ରୀ କିଣି ପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଲାଭ ପାଇବାର ସୁଯୋଗ ମିଳିବ। ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ। ଘରକୁ ଅତିଥି ଆସିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରଧନା: ସନ୍ତୋଷୀ ମାତା।

ମିଥୁନ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବ˚ ସଫଳ ହେବେ। ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ କଟିବ। ରାଜନୀତି କାମରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

କର୍କଟ: ସ୍ବଭାବରେ ରୋମାଞ୍ଚକର ସତେଜତା ଦେଖିବେ। ସବୁ କାମ ଆପଣଙ୍କ ମନମୁତାବକ ହେବ। ଅପ୍ରତ୍ୟାଶିତ ଧନଲାଭ ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ସମୟ ଶୁଭ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ଦିନଟି ବଢ଼ିଆ ରହିବ। ସାଙ୍ଗମାନଙ୍କ ସହିତ ହସ ଖୁସିରେ ସମୟ କଟିବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସରସ୍ବତୀ।

ତୁଳା: ଜୀବନସାଥୀଙ୍କ ଠାରୁ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ପାଇବେ। ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ମଝିଘରିଆଣୀ।

ବିଛା: ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ଫଳାଫଳ ନେଇ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ଧନୁ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନର ଇଚ୍ଛା ପୂରା ହେବ। ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ବେପାର ବଣିଜରୁ ପ୍ରଚୁର ଲାଭ ପାଇବେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

ମକର: ଭାଗ୍ୟ ଆପଣଙ୍କ ସାଥୀରେ ରହିବ। ବ୍ୟବସାୟରେ ଅପାର ସଫଳତା ମିଳିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆଜି ଆପଣଙ୍କ ରୁଟିନରେ ପରିବର୍ତ୍ତନ କରିପାରନ୍ତି। ଠିକ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ମୀନ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର