ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଦୁଃସାହାସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ଠକାଦାରିଙ୍କ ଲାଗି ଦିନଟି ଭଲ। ଧନଲାଭର ଯୋଗ ରହଛି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ବିମଳା।

 

ବୃଷ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ରହିଛି। କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ। କଳାକାରଙ୍କୁ ସିନେମାର ସୁଯୋଗ ମିଳିବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଦୁର୍ଗା।

 


ମିଥୁନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଆପଣଙ୍କୁ ଚାକିରି ମିଳିବାର ଯୋଗ ରହିଛି। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ:ଧଳା। ଆରାଧନା:ଶ୍ରୀକୃଷ୍ଣ।

 

କର୍କଟ: ଆପଣଙ୍କର କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ବ୍ୟବସାୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଇଂଜିନିୟରଙ୍କୁ ଲାଭ ହେବ। ଶୁଭରଙ୍ଗ:ନୀଳ। ଆରାଧନା:ମାଆ ତାରିଣୀ।

 

ସିଂହ: ଧାର୍ମିକ ଭାବନା ଉଦୟ ହେବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଆପଣଙ୍କ ଯୋଜନାକୁ ଗୁପ୍ତ ରଖନ୍ତୁ ଭଲ ହେବ। କାମର ତାଳିକା କରି ଆଗକୁ ବଢ଼ନ୍ତୁ। ନାରାଜ ଜୀବନସାଥୀଙ୍କୁ ମନାଇବା ଲାଗି ଦିନଟି ଭଲ। ଶୁଭରଙ୍ଗ:ଲାଲ। ଆରାଧନା: ମହାଲକ୍ଷ୍ମୀ।

 


କନ୍ୟା: ପୂର୍ବରୁ ଯେଉଁ କାମ ଭାବିଥିଲେ ତାହାକୁ ଆଜି ପୂରା କରିବେ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। ଡ଼ାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଶୁଭରଙ୍ଗ:ଧଳା। ଆରାଧନା: ସନ୍ତୋଷୀମାତା।

 

ତୁଳା: ଦିନଟି ଆନନ୍ଦମୟ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ପରିବାର ଖୁସିର ମାହୋଲ୍‌ ରହିବ। ଶୁଭରଙ୍ଗ:ନୀଳ। ଆରାଧନା:ମାଆ ସମଲେଶ୍ୱରୀ।

 

 

ବିଛା: ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା ବଢ଼ିବ। ଅଧିକ ସମୟ ମାତା ପିତାଙ୍କ ସହିତ କଟିବ। ଅଫିସରେ ଦିନଟି ପୂର୍ବପରି ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ:ସବୁଜ। ଆରାଧନା: ମାଆ ଭୈରବୀ।

 


ଧନୁ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ଆସିବ। ରାଜନୀତିରେ ମନୋକାମନା ପୂରା ହେବ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ:ଧଳା। ଆରାଧନା:ଶ୍ରୀଗଣେଶ।

 


ମକର: ଭାବିଥିବା କାମ ପୂରା ହେବ। ମିତ୍ରଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ସରକାରୀ କାମରେ ଲାଭ ମିିବାର ଯୋଗ ରହିଛି। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ:ଧଳା। ଆରାଧନା:ଭଗବାନ ବିଷ୍ଣୁ।

 


କୁମ୍ଭ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଉଧାର ଦେଇଥିବା ଧନ ପ୍ରାପ୍ତ ହେବ। ଅଫିସର କୌଣସି କାମରେ ବିଦେଶ ଯାଇପାରନ୍ତି। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମହାଲକ୍ଷ୍ମୀ।

 

ମୀନ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। କାରବାରରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ଏବଂ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ମିଳିବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ:ଗୋଲାପୀ। ଆରାଧନା:ବାବା ଲିଙ୍ଗରାଜ।

ସମ୍ବନ୍ଧିତ ଖବର