ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ସ˚ପର୍କୀୟଙ୍କୁ ମନାଇବାରେ ସମୟ କଟିବ। କାରବାରରେ ସଫଳତା ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କାଳୀଯାଈ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।
ମିଥୁନ: ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ। କାରବାର ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଦାଂପତ୍ୟ ଜୀବନରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଯେଉଁ କାମ ହାତକୁ ନେବେ ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ। ଗୋପନୀୟ ସ˚ବାଦ ପ୍ରକାଶ କରନ୍ତୁ ନାହିଁ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।
/sambad/media/post_attachments/wp-content/uploads/2017/11/singha.jpg)
ସି˚ହ: ଧାର୍ମିକ ଭାବନାରେ ସମୟ ବିତିବ। ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ରାଜନୀତିକଙ୍କ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ପରିବାରର ସହଯୋଗ ମିଳିବା ହେତୁ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ରାଜନୀତିରେ ସଫଳତା ପାଇବେ। ଅଫିସରେ ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।
ତୁଳା: ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବ। ଚତୁରତା ସହିତ ତାଳ ଓ ଲୟ ବଜାୟ ରଖନ୍ତୁ ଲାଭ ହେବ। କ୍ୟାରିଅର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ହର ପାର୍ବତୀ।
ବିଛା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ଅନୁଗତଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଲୋକଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କ୍ରୀମ୍। ଆରାଧନା: ବାବା ଗୁପ୍ତେଶ୍ବର।
ଧନୁ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି ଅଧୁରା କାମ ପୂରା ହୋଇଯିବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ରହିଛି। ଅଫିସରେ ସହକର୍ମୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଜୀବନସାଥୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣଙ୍କ ଭାବନା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିିଁ। ଅଫିସ କାମରେ ସହର ବାହାରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ଅନ୍ୟମାନଙ୍କ ସହିତ କଥାବର୍ତ୍ତା ବେଳେ ତାଙ୍କ କଥାକୁ ଧୢାନ ଦେଇ ଶୁଣିବେ। ଆମଦାନିରେ ଅଚାନକ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। ଶୁଭରଙ୍ଗ: କ୍ରୀମ୍। ଆରାଧନା: ମାଆ ମଝିଘରିଆଣୀ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ନୂଆ ଜମି କିମ୍ବା ଘର କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କୌଣସି କାମର ଦାୟିତ୍ବ ମିଳିପାରେ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Zodiac-Design_Tommorrow-copy-750x430-1-7.jpg)