ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଭାବିଥିବା କାମ ବିନା ବିଘ୍ନ ବାଧାରେ ପୂରା ହେବ। ଥଣ୍ତା ପାନୀୟ ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଆଜି ଆପଣ ନୂଆ କିଛି କରିବା ଲାଗି ଭଲ ରହିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ଗତିରୋଧ ଦୂର ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା।

ମିଥୁନ: ଆଜି ଠିକ୍‌ ଫଇସଲା ଆପଣଙ୍କ ଜୀବନକୁ ବଢ଼ିଆ କରିବ। ପରିଶ୍ରମର ଫଳ ଜଲଦି ମିଳିବ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ।

କର୍କଟ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ଘରକୁ କୌଣସି ସ˚ପର୍କିୟ ବିବାହ ପ୍ରସ୍ତାବ ନେଇ ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ସି˚ହ: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ। ଇ‌ଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହିତ ଫିଲ୍ମ ଦେଖିବାକୁ ଯିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଗାୟତ୍ରୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

ତୁଳା: ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଶତ୍ରୁମାନେ କ୍ଷତି କରିପାରନ୍ତି। ତେଣୁ ସତର୍କ ରହନ୍ତୁ। ବିଦେଶ ଯାତ୍ରାର ଯୋଗ ରହିଛି। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଦେବ।

 

 

 

ବିଛା: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ଧନୁ: ଦିନଟି ବଢ଼ିଆ ରହିବ। କାରଅର୍ ଲାଗି ନୂଆ ସୁଯୋଗ ମିଳିବ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ବେପାରିବର୍ଗ ନୂଆ କାମରେ ଧନ ନିବେଶ କରନ୍ତୁ ଫାଇଦା ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଦେବ ଦର୍ଶନ କରିବେ। ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭରଙ୍ଗ: କଫି। ଆରାଧନା: ମାଆ କାଳୀଯାଈ।

କୁମ୍ଭ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଗାୟତ୍ରୀ।

ମୀନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। କୌଣସି କାମ ପାଇଁ ଯୋଜନା କରିବାରେ ସଫଳ ହୋଇପାରନ୍ତି। ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

ସମ୍ବନ୍ଧିତ ଖବର