ମେଷ: ବ୍ୟବସାୟରେ ମନ ଚାହୁଁଥିବା ଲାଭ ପାଇବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଲେଖନ ସହ ସଂଲଗ୍ନ ଲୋକଙ୍କୁ ଭଲ ଅବସର ମିଳିବ। ଜୀବନସାଥୀ ଆପଣଙ୍କୁ ଉପହାର ଦେବେ।

Advertisment

ବୃଷ: ଭାଗୀଦାରି ସହିତ ବସି କୌଣସି ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଘରକୁ ବନ୍ଧୁ ଆସିବା ଯୋଗୁଁ ପିଲାମାନଙ୍କ ଉତ୍ସାହ ବଢ଼ିବ। ମ୍ୟାନଜେମେଣ୍ଟ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ମିଥୁନ: ଆପଣ କୌଣସି ମନ ଚାହୁଁଥିବା ଖବର ପାଇବେ। ଚାକିରିରେ ବଦଳି ଯୋଗ ରହିଛି। ବେପାରରେ ଉଢ଼ାଣ ଗଢ଼ାଣ ଦେଖିବାକୁ ପାଇବେ। ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍କଟ: ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ବଜାୟ ରହିବ। ବେପାରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୌଣସି ଧାର୍ମିକ ଯାତ୍ରାରେ ଯିବାର ଯୋଗ ଅଛି।

ସିଂହ: ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା। ଯୋଗ ଓ ପ୍ରାଣାୟାମର ସ୍ବଭାବ ଧାରଣ କରନ୍ତୁ। ଆପଣଙ୍କର ରୁଚି ଆଧ୍ୟାତ୍ମିକତାରେ ବଢ଼ିବ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ଭଲଭାବେ ନିର୍ବାହ କରିବେ।

କନ୍ୟା: ଆପଣଙ୍କ ଲାଗି ସଫଳତା ଆଣି ଦେବାର ଦିନଟିଏ। କାର୍ଯ୍ୟ କ୍ଷେତ୍ରରେ ନେତୃତ୍ବର କ୍ଷମତା ବଢ଼ିବ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ପାଇବେ। ପ୍ରେମୀ ଯୁଗଳଙ୍କର ଘନିଷ୍ଠତା ବଢ଼ିବ।

ତୁଳା: ଚାକିରିରେ ଦରମା ବୃଦ୍ଧି ସହ ବଦଳି ଯୋଗ ରହିଛି। ମୋଟର ଯାନ କିଣିବାର ଇଚ୍ଛା ପୂରା ହେବ। କୌଣସି ବିରୋଧୀ ଆପଣଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ବିଛା: କାରବାରରେ ଉଢ଼ାଣ ଗଢ଼ାଣର ସମ୍ଭାବନା। ନିକଟ ସଂପର୍କିୟ ସହିତ ସମୟ ଅତିବାହିତ କରିବେ। ରାଜନୀତି ବିଷୟରେ ଆପଣଙ୍କ ବିଚାର ପ୍ରକଟ କରିବେ। ପାରିବାରିକ ଜୀବନ ସାମାନ୍ୟ ରହିବ।

ଧନୁ: ଯଦି ଆପଣ ଚାକିରିର ଅଧିକାରୀ ପଦ ପାଇଁ ପ୍ରୟାସ କରୁଛନ୍ତି ତେବେ ସଫଳତା ପାଇବେ। ବୈବାହିକ ଜୀବନ ଭଲ ରହିବ। ପ୍ରେମ ଜୀବନରେ ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ମକର: ବେପାରରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଭାଗ୍ୟର ସହଯୋଗ ପାଇବେ। ଜୀବନରେ ନୂଆ ମୁକାମ ହାସଲ କରିବେ। ପ୍ରେମ ଜୀବନରେ ନୂଆ ଶକ୍ତି ସଂଚାର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଚାକିରିରେ ସଫଳତାର ଯୋଗ ଅଛି। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଯେଉଁ ଛାତ୍ରଛାତ୍ରୀ ବିଦେଶ ଯିବା ପାଇଁ ଇଚ୍ଛୁକ ସେମାନଙ୍କ ଆଶା ପୂରଣ ହୋଇପାରେ।

ମୀନ: ବେପାରରେ ଯଥେଷ୍ଟ ଲାଭର ସମ୍ଭାବନା। ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ସାମଞସ୍ୟ ରହିବ। ପାରିବାରିକ ଜୀବନରେ ପାରଦର୍ଶିତା ରହିବ। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ।