ମେଷ: ଅଫିସ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ମଜଭୁତ କରିବ ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବକୁ ନିର୍ବାହ କରିବାରେ ସକ୍ଷମ ହେବେ।

Advertisment

ବୃଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରେ ଡ଼ାକରା ଆସିବ।

ମିଥୁନ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପା ମାଆଙ୍କ ପରାମର୍ଶ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅନୁଭବ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ପରିବାରରେ ବିଶେଷ ମାମଲାର ଅଣଦେଖା କରନ୍ତୁ ନାହିଁ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବାପା ମାଆଙ୍କ ପରାମର୍ଶ ଆପଣଙ୍କର ଲାଭକାରୀ ସିଦ୍ଧି ହେବ।

ସିଂହ: ବାପା ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ।

ତୁଳା: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ବିଛା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।

ଧନୁ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କର ସବୁ ବିଚାର ସ୍ପ‌ଷ୍ଟଭାବେ ବ୍ୟକ୍ତ କରିପାରନ୍ତି। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।

ମକର: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। କୌଣସି ଅସହାୟଙ୍କୁ ସହାୟତା ପାଇଁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।

କୁମ୍ଭ: ଆପଣ କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।

ମୀନ: କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ କୌଣସି ବଡ଼ ପ୍ରୋଜେକ୍ଟ ମିଳିବ।