ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଭୂସ˚ପତ୍ତି ସମସ୍ୟା ସମାପ୍ତ ହୋଇଯିବ। ମହିଳା ବ୍ୟବସାୟୀଙ୍କୁ କିଣାବିକାରେ ଲାଭ ହେବ। ଦାଂପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

 

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଅଫିସ୍‌େର ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ଶୁଭରଙ୍ଗ: ମେରୁନ୍। ଆରାଧନା: ମାଆ ବିରଜା।

 

ମିଥୁନ: ଆଜି କାମର ରୂପରେଖ ପ୍ରସ୍ତୁତ କରି ଆଗକୁ ବଢ଼ନ୍ତୁ। ଇଟା ଓ ସିମେଣ୍ଟ୍ ବ୍ୟବସାୟୀମାନେ ବଡ଼ ସଉଦା କରିପାରନ୍ତି। ଶିକ୍ଷାର୍ଥୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ଯ୍ୟଦେବ।

 

କର୍କଟ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆପଣଙ୍କ କ୍ୟାରିଅର ଲାଗି ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ଘରକୁ କୌଣସି ବନ୍ଧୁ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ସି˚ହ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। କାନୁନ ମାମଲାରେ ଆରାମ ମିଳିବ। ଉନ୍ନତି ପାଇଁ ବିଭିନ୍ନ ବାଟ ଆପଣଙ୍କ ସାମନାକୁ ଆସିବ। ପରିବାରର ଲୋକଙ୍କ ପୂରା ସହଯୋଗ ପାଇବେ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

 


କନ୍ୟା: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ, ଯଥେଷ୍ଟ ସଫଳତା ପାଇବେ। ଡାକ୍ତରଙ୍କ ଖ୍ୟାତି ସୁଦୂର ପ୍ରସାରୀ ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଶାରଳା।

 

ତୁଳା: ଆଗକୁ ନଜର ରଖନ୍ତୁ, ଜରୁରୀ କାମ ପୂରା କରିବା ପାଇଁ ଯୋଜନା କରି ନିଅନ୍ତୁ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ଛାତ୍ରମାନେ ପରୀକ୍ଷାରେ ସଫଳତା ପାଇଁ ଲେଖାପଢ଼ାରେ ମନୋଯୋଗ ଦେବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।

 

 

ବିଛା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ ହାତକୁ ନେବେ ତାହାକୁ ସୁଚାରୁ ରୂପେ ତୁଲାଇ ସଫଳତା ପାଇବେ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

 


ଧନୁ: କାର୍ଯ୍ୟ କ୍ଷେତ୍ରରେ ଏଭଳି ଅବସର ଆସିବ ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନମାଳିନ୍ୟ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ମକର: ପୂଜାର୍ଚ୍ଚନାରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଆପଣଙ୍କ ମନରେ କିଛି ଆଶା ଉତ୍ପନ୍ନ ହେବ। ବେପାରିଙ୍କୁ ଧନଲାଭ ହେବ। ଛାତ୍ରୀଙ୍କୁ ବଢ଼ିଆ ଅବସର ମିଳିପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ମଝିଘରିଆଣୀ।

 


କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ଉଧାର ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ କମ ଲାଗିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ସରସ୍ବତୀ।

 

ମୀନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଆର୍ଥିକ ସ୍ଥିତି ବଢ଼ିଆ ବଜାୟ ରହିବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଛାତ୍ରଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ସମ୍ବନ୍ଧିତ ଖବର