ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ବହୁ ଦିନର ଇଚ୍ଛା ପୂରା ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂଆ କାମରେ ରୁଚି ବଢ଼ିବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ଘରକୁ କୌଣସି ସ˚ପର୍କିୟ ଆସିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ ଉତ୍ସାହ ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବେ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ମିଥୁନ: ଆପଣଙ୍କର ମନୋଭାବ ମଜାଳିଆ ରହିବ। ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ବ୍ୟବସାୟରେ ଧନଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ବୁଦ୍ଧିମତ୍ତାରେ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ବଢ଼ିଆ ରହିବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ପ୍ରେମିକାଙ୍କୁ ମନର କଥା କହିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

ସି˚ହ: ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ଆସିବ ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। କ˚ପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ପୂଜାପାଠରେ ସମୟ ବିତିବ। ଗରିବଙ୍କୁ କିଛି ଦାନ କରନ୍ତୁ, ଭାଗ୍ୟ ଉଜ୍ଜ୍ବଳ ହେବ। ଅଫିସରେ କୌଣସି କାମକୁ ନେଇ ଚିନ୍ତନ ମନ୍ଥନ କରିପାରନ୍ତି। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେନାହିଁ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ତୁଳା: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ଭାବିଥିବା ସବୁ କାମ ଠିକ ଭାବରେ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭୈରବୀ।

ବିଛା: ଆପଣଙ୍କର ହାସ୍ୟକୌତୁକ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରିରେ ନିଷ୍ଠାର ସହିତ କାମ ଭଲ ପରିଣାମ ଦେବ। କୌଣସି ବଡ଼ ଖୁସି ଖବର ମିଳିବ। ମିତ୍ରଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କିଚକେଶ୍ବରୀ।

ଧନୁ: ନିଜକୁ ସତେଜ ଅନୁଭବ କରିବେ। ଭାବିଥିବା କାମ ବିନା ବିଘ୍ନ ବାଧାରେ ସ˚ପନ୍ନ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଠିକ୍‌ଠାକ୍‌ ରହିବ। ଖାସ୍‌ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଅଫିସରେ କୌଣସି ଖୁସି ଖବର ମିଳିବ। ବ୍ୟବସାୟରେ ଲାଗି ଥିବା ପଇସାର ଲାଭ ହେବ। ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। କ˚ପାନିରେ ଚାକିରିର ଇମେଲ୍‌ ଆସିପାରେ। ଆପଣଙ୍କ ବନ୍ଧୁ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

ମୀନ: ଆଜି ପୂର୍ବ ଦିନ ଅପେକ୍ଷା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ମହିଳାମାନେ ଜିନିଷ କଣିବାକୁ ସହରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ସମ୍ବନ୍ଧିତ ଖବର