ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଊର୍ଜାର ସ୍ତର ଉଚ୍ଚା ରହିବ। ଯାହା ବି କାମ କରିବେ, ସଫଳତା ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ଆଳାପ ପାଇଁ ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ପାଟଣେଶ୍ବରୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କିଛି ଲୋକଙ୍କ ଠାରୁ ଆପଣଙ୍କୁ ଭରପୂର ସମର୍ଥନ ମିଳିବ। ପଇସା ସମ୍ବନ୍ଧୀୟ ଭଲ ଖବର ମିଳିବ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ବରୀ।

କର୍କଟ: ନିଜ ଉପରେ ବିଶ୍ବାସ ରଖନ୍ତୁ। ଦେବୀମାତାଙ୍କୁ ଆରାଧନା କରନ୍ତୁ, ସ˚ମ୍ଭାବ୍ୟ ସ˚କଟ ଦୂର ହେବ। ଜରୁରୀ କାମରେ ଆପଣଙ୍କୁ ଲାଭ ହେବ। ପତି-ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀମାତା।

ସି˚ହ: ଆଜି ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ଆପଣଙ୍କର ପରଖିବା ଶକ୍ତି ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ାଇବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହୋଇଯିବ। ସାମାଜିକ କ୍ଷେତ୍ରରେ ସକ୍ରିତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ସଫଳତା ଆପଣଙ୍କର ପାଦ ସ୍ପର୍ଶ କରିବ। ବେପାର ବୃତ୍ତିରେ ଏକ ମନଲାଖି ପରିବର୍ତ୍ତନ ହେବ। ଅଚାନକ ଧନଲାଭ ହେବ। କୌଣସି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ମନରେ ଭାବନା ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ହର ପାର୍ବତୀ।

 

 

 

ବିଛା: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ବଢ଼ିଆ କରିବ। ନିଜ ଲୋକଙ୍କ ଠାରୁ ଶୁଭ ସମାଚାର ପାଇବେ। ଆମଦାନି ପାଇଁ କୌଣସି ନୂଆ ରଣନୀତି ପ୍ରସ୍ତୁତ କରିବେ। ବାଣିଜ୍ୟ ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

ଧନୁ: ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ବୈବାହିକ ଜୀବନ ଭଲ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

ମକର: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ˚ପତ୍ତି ବିବାଦ ସମାପ୍ତ ହେବ।ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଭାଗ୍ୟର ସହଯୋଗ ପାଇବେ। ଲୋକେ ଆପଣଙ୍କ କାମରେ ପ୍ରଭାବିତ ହେବେ। ଅଚାନକ ଧନଲାଭର ନଜର ଆସିବ। ରାଜନୀତିରେ ଲୋକ ସମର୍ଥନ ବୃଦ୍ଧି ଦେଖି ଖୁସି ଅନୁଭବ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

ମୀନ: ଆପଣ କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ଜମି ଦଲାଲଙ୍କ ପାଇଁ ଦିନଟି ଭଲ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ବାବା ସାଇରାମ।

ସମ୍ବନ୍ଧିତ ଖବର