ମୁମ୍ବାଇ: ମହାରାଷ୍ଟ୍ର ଜଲଗାଁଓରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡ ଗୁଜବ ପରେ ଯାତ୍ରୀମାନେ ଭୟରେ ପୁଷ୍ପକ ଏକ୍ସପ୍ରେସରୁ ଡେଇଁ ପଡ଼ିଥିଲେ ଏବଂ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଚାପି ଦେଇଥିଲା। ଜଲଗାଓଁ ଏସପି ମହେଶ୍ୱର ରେଡ୍ଡୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୧୧ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକ ଏକ୍ସପ୍ରେସ ଏହି ଯାତ୍ରୀମାନଙ୍କୁ ଚାପି ଦେଇଛି। ଅଗ୍ନିକାଣ୍ଡ ଗୁଜବ ଶୁଣି ସମସ୍ତେ ପୁଷ୍ପକ ଏକ୍ସପ୍ରେସରୁ ଡେଇଁ ପଡ଼ିଥିଲେ। ଜଲଗାଁଓ ଟ୍ରେନ୍ ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Advertisment

 ସୂଚନା ଅନୁଯାୟୀ, ଆହତମାନଙ୍କୁ ଏବେ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି | ବୁଧବାର ଦିନ ମହାରାଷ୍ଟ୍ରର ଜଲଗାଓଁର ପରଣ୍ଡା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ ପରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଡେଇଁ ପଡ଼ିଥିଲେ। ଏହା ପରେ, ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ୍ ଅନେକ ଲୋକଙ୍କୁ ଚାପି ଦେଇଥିଲା।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରେନ୍ ଚାଲୁଥିବା ସମୟରେ ଟ୍ରେନରେ ନିଆଁ ଲାଗିଯାଇଥିବାର ଗୁଜବ ଶୁଣିଥିଲେ ଏବଂ କିଛି ଯାତ୍ରୀ ଟ୍ରେନରୁ ଡେଇଁପଡ଼ିଥିଲେ | ତେବେ ଅନ୍ୟ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସ ଆସୁଥିବାବେଳେ ଏହା ସେମାନଙ୍କୁ ଚାପିଦେଇଥିଲା | ଉଲ୍ଲେଖ ଥାଉ କି କର୍ଣ୍ଣାଟକ ଏକ୍ସପ୍ରେସ ବେଙ୍ଗାଲୁରୁରୁ ନୂଆଦିଲ୍ଲୀ ଚାଲୁଥିବାବେଳେ ପୁଷ୍ପକ ଏକ୍ସପ୍ରେସ ମୁମ୍ବାଇରୁ ଲଖନଉ ମଧ୍ୟରେ ଚାଲିଥାଏ |