ଜଖପୁରା: ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଲାଇନ୍ କାର୍ଯ୍ୟ ଚାଲୁଥିବାବେଳେ ଟ୍ରେନର ଗତି କମ୍ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।
ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା | ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୁଲିସ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/02/05/img-20260205-wa0021-2026-02-05-10-00-34.jpg)