ରାଉରକେଲା: ଶ୍ରାବଣମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଅଧିକାଂଶ ଷ୍ଟେସନରେ ଟ୍ରେନ୍‌ ରହଣିକୁ ପ୍ରାଥମିକତା ଦିଆଯାଇଛି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ମହାଦେବସାଲ ଶୈବପୀଠରେ ପ୍ରତିବର୍ଷ ପରି ଚଳିତ ଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଶ୍ରଦ୍ଧାଳୁମାନଙ୍କ ସୁଗମ ଯାତ୍ରା ପାଇଁ ରାଉରକେଲା ଦେଇ ଯାଉଥିବା ୨୨ ଟ୍ରେନ୍‌ ମହାଦେବସାଲ୍‌ ଷ୍ଟେସନରେ ଆସନ୍ତା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ରହିବ। କେତେକ ଟ୍ରେନ୍‌ ଆସନ୍ତାକାଲି (ଶୁକ୍ରବାର) ଓ ଅନ୍ୟ କିଛି ‌ଟ୍ରେନ୍‌ ୧୩ ତାରିଖରୁ ଅଟକିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌, ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ୍‌ ଆସନ୍ତା ୧୭ରୁ ମହାଦେବସାଲ ଷ୍ଟେସନରେ ଅଟକିବ। ଟାଟାନଗର-ରାଉରକେଲା ମେମୁ ୧୧ ତାରିଖରୁ ଆସନ୍ତା ଅଗଷ୍ଟ ୯ ପର୍ଯ୍ୟନ୍ତ ମହାଦେବସାଲ୍‌ ଷ୍ଟେସନରେ ଅଟକିବ। ଆସନ୍ତା ଅଗଷ୍ଟ ୧୫, ୧୯, ୨୨,  ୨୬, ୨୯ ଓ  ଅଗଷ୍ଟ ୨ରେ ରହିବ ନାହିଁ। ରାଉରକେଲା-ଟାଟାନଗର ମେମୁ ଜୁଲାଇ ୧୫, ୧୯, ୨୨, ୨୬, ୨୯ ଓ ଅଗଷ୍ଟ ୨ ତାରିଖରୁ ଛାଡ଼ି ପ୍ରତ୍ୟେକ ଦିନ ରହିବ। ଦାନାପୁର-ଦୁର୍ଗ ଏକ୍ସପ୍ରେସ୍‌ ଜୁଲାଇ ୧୫, ୨୨, ୨୯ ତାରିଖକୁ ଛାଡ଼ି ଆସନ୍ତା ଅଗଷ୍ଟ ୯ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରହିବ। ହାୱଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ୍‌ ଆସନ୍ତା ୧୨ରୁ ଅଟକିବ। ଜୁଲାଇ ୧୫, ୧୯, ୨୨, ୨୬, ୨୯ , ଅଗଷ୍ଟ ୨ ଓ ୯ ଛାଡ଼ି ପ୍ରତ୍ୟେକ ଦିନ ରହିବ।

ପୁରୀ-ଯୋଗନଗରୀ ଋଷିକେଶ ଏକ୍ସପ୍ରେସ୍‌ ଆସନ୍ତାକାଲିଠୁ ଅଟକିବ। ଆସନ୍ତା ଅଗଷ୍ଟ ୧୫, ୧୯, ୨୨, ୨୬, ୨୯ ଓ ଅଗଷ୍ଟ ୨ ଓ ୯ ଛାଡ଼ି ଅନ୍ୟ ଦିନ ମାନଙ୍କରେ ଅଗଷ୍ଟ ୯ ପର୍ଯ୍ୟନ୍ତ ଅଟକିବ। ହାୱଡା-ଜଗଦଲପୁର ଏକ୍ସପ୍ରେସ୍‌, ଜଗଦଲପୁର-ହାୱଡା, ଟାଟାନଗର-ଏର୍ଣ୍ଣାକୁଲମ୍‌, ଏର୍ଣ୍ଣାକୁଲମ୍‌ -ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତାକାଲି (ଶୁକ୍ରବାର) ଠୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅଟକିବ। ଚକ୍ରଧରପୁର-ରାଉରକେଲା ମେମୁ ଆସନ୍ତାକାଲିଠୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରହିବ। ଟାଟାନଗର-ଏନ୍‌ଏସ୍‌ସିବି ଏତୱାରୀ, ଏନ୍‌ଏସ୍‌ସିବି-ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତା ଅଗଷ୍ଟ ୮ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମହାଦେବସାଲ ଷ୍ଟେନରେ ଅଟକିବ। ଟାଟାନଗର-ବିଳାସପୁର ଓ ବିଳାସପୁର-ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତାକାଲି ଠାରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଅଟକିବ। ଆସନ୍ତା ଅଗଷ୍ଟ ୧୫, ୧୯, ୨୨, ୨୬ ଓ ୨୯ ତାରିଖରେ ରହିବ ନାହିଁ।