ଇସ୍ତଫା ଦେବେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ!

ଚେନ୍ନାଇ:ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏକ ନୈଶ୍ୟ ଭୋଜିରେ ଯୋଗ ଦେବାପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ଏଭଳି କରୁଥିବା ଜଣାଯାଇଛି। ନୈଶ୍ୟ ଭୋଜିର ଆୟୋଜନ କରିଥିଲେ ଛଅଜଣ ବିଚାରପତି। ସେମାନଙ୍କ ମଧ୍ୟରେ ଦୁଇଜଣ ଅତିରିକ୍ତ ବିଚାରପତି ଥିଲେ ଯେଉଁମାନଙ୍କୁ କିଛି ଦିନତଳେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଏହି ନୈଶ୍ୟ ଭୋଜିର ଆୟୋଜନ ଗତ ଦୁଇ ଦିନ ତଳେ ଚେନ୍ନାଇର ଜୁଡିସିଆଲ ଏକାଡେମି ପରିସରରେ ହୋଇଥିଲା।

ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାର କାରଣ ବି ଜଣାଯାଇଛି। ତାହା ହେଲା ଯେ ତାଙ୍କୁ ମେଘାଳୟ ଉଚ୍ଚ ନ୍ୟାୟାଳୟକୁ ବଦଳି କରାଯାଇଛି।

Image result for madras high court
image source-indiatoday

ବିଜୟା କେ ତାହିଲରମଣୀ ଏହି ବଦଳିର ପୁନର୍ବିଚାରଲାଗି ସୁପ୍ରିମ କୋର୍ଟ କଲେଜିଅମଙ୍କୁ ନିବେଦନ କରିଥିଲେ ମାତ୍ର ସେଥିରୁ କିଛି ସୁଫଳ ମିଳି ନଥିଲା। ଏପରିକି ବରିଷ୍ଠ ଆଇନଜୀବୀ ଏନଜିଆର ପ୍ରସାଦଙ୍କ ସମତେ କେତେକ ଆଇନଜୀବୀ ବି ବିଜୟା କେ ତାହିଲରମଣୀଙ୍କୁ ଚେନ୍ନାଇରୁ ସ୍ଥାନାନ୍ତରିତ ନ କରିବାପାଇଁ ସୁପ୍ରମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ତାକୁ ବି ଗ୍ରହଣ କରାଯାଇନଥିବା କୁହାଯାଉଛି। ଏହାଫଳରେ ବାଧ୍ୟ ହୋଇ ବିଜୟା କେ ତାହିଲରମଣୀ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର