ଆଳି :ଆଧୁନିକତାର ଚାକଚକ୍ୟ,ବିଜ୍ଞାନର ଅଗ୍ରଗତି ଯେତେ ହେଲେ ବି ମଣିଷ ସଂସ୍କୃତି,ପ୍ରଥା, ପରମ୍ପରା ଓ ଲୋକବିଶ୍ୱାସକୁ ଏବେବି ମାନ୍ୟତା ଦେଉଛନ୍ତି। ପ୍ରକୃତିର ପ୍ରାଣୀଜଗତକୁ ଅବଦାନ ଓ ପ୍ରକୃତି ବୃକ୍ଷଲତା ପ୍ରତି ମଣିଷର କୃତଜ୍ଞତାର ନିଚ୍ଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଆଳିର ନମୌଜା ଅଞ୍ଚଳରେ।

Advertisment

ଆଳିର ନମୌଜା ଅଞ୍ଚଳରେ ଅଶ୍ୱତ୍ଥ ଗଛ ସହିତ ବର ଗଛର ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଛି। ବାହାଘର,ଭୋଜି-ଭାତ ଓ ବାଜା,ବାଣ,ରୋଷଣୀ ମଧ୍ୟରେ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଛି। ଆଳି ନୂଆଗାଁର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁକାନ୍ତ ଦାଶ ୭ବର୍ଷ ତଳେ ନିଆଳ-ନମୌଜା ରାସ୍ତାରେ ବର ଓ ଅଶ୍ୱତ୍ଥ ଦୁଇଟି ଗଛ ଲଗାଇ ସେମାନଙ୍କ ବିବାହ କରାଇବା ପାଇଁ ମାନସିକ କରି ସଂକଳ୍ପ ନେଇଥିଲେ। ସେହି ଅନୁସାରେ ତିଥିବାର ଧାର୍ଯ୍ୟ କରାଯାଇ ଆଜି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମଣିଷ ବାହାଘର ପରି ବନ୍ଧୁ,କୁଟୁମ୍ବ ଏକାଠି ହୋଇଥିଲେ।

ଅଶ୍ୱତ୍ଥ ଗଛ ସହିତ ବର ଗଛର ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଛି। ବାହାଘର,ଭୋଜି-ଭାତ ଓ ବାଜା,ବାଣ,ରୋଷଣୀ ମଧ୍ୟରେ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଛି। ଆଳି ନୂଆଗାଁର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁକାନ୍ତ ଦାଶ ୭ବର୍ଷ ତଳେ ନିଆଳ-ନମୌଜା ରାସ୍ତାରେ ବର ଓ ଅଶ୍ୱତ୍ଥ ଦୁଇଟି ଗଛ ଲଗାଇ ସେମାନଙ୍କ ବିବାହ କରାଇବା ପାଇଁ ମାନସିକ କରି ସଂକଳ୍ପ ନେଇଥିଲେ। ସେହି ଅନୁସାରେ ତିଥିବାର ଧାର୍ଯ୍ୟ କରାଯାଇ ଆଜି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମଣିଷ ବାହାଘର ପରି ବନ୍ଧୁ,କୁଟୁମ୍ବ ଏକାଠି ହୋଇଥିଲେ।

ଭଗ

ବାଜା,ବାଣ,ରୋଷଣୀରେ କମ୍ପିଥିଲା ବିବାହସ୍ଥଳୀ। ବିବାହ ବେଦୀରେ କନ୍ୟାପିତା ସୁକାନ୍ତ ଦାସ ଓ ବରପିତା ସୂର୍ଯ୍ୟକାନ୍ତ ବସିଥିଲେ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ,ବନ୍ଧୁ ବାନ୍ଧବ, ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମାପିତ ହୋଇଥିଲା‌। ଭୋଜିଭାତରେ ସମସ୍ତେ ଆପ୍ୟାୟିତ ହୋଇଥିବା ବେଳେ ଏଭଳି ନିଆରା ବାହାଘର ଦେଖିବା ପାଇଁ ବିବା ସ୍ଥଳୀରେ ଲୋକଗହଳି ସହିତ ଚର୍ଚ୍ଚା ମଧ୍ୟ ଲାଗିରହିଥିଲା। ଗଛପ୍ରତି ନିର୍ଦ୍ଦୟ ଓ ଗଛ ଲଗାଇବା ପାଇଁ ବିମୁଖ ହେଉଥିବା ଲୋକଙ୍କ ପାଇଁ ଏହି ଗଛବିବାହ ପ୍ରଥା ପ୍ରେରଣା ଯୋଗାଇବ ବୋଲି ବୃକ୍ଷପ୍ରେମୀ ଓ ପରିବେଶବିତ୍ ମାନେ ମତ ପୋଷଣ କରିଛନ୍ତି।