ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ କୈଳାସ ଖେର ଓ ରିକି କେଜଙ୍କ ସଙ୍ଗୀତରେ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କ ସାହସ, ପ୍ରତିବଦ୍ଧତା ଓ ଭାବକୁ ପାଳନ କରିବାର ଉଦ୍ୟମ ସ୍ୱରୂପ ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ ପଦ୍ମଶ୍ରୀ କୈଳାସ ଖେର, ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜଙ୍କୁ ନେଇ ୨୦୨୦ ଅଗଷ୍ଟ ୧୪ର ସ୍ଧ୍ୟା ୬ଟା ୧୫ ମିନିଟ୍ରେ ଅନଲାଇନ୍ ସଙ୍ଗୀତ ଉତ୍ସବ ଜଜ୍ବା-ଏ-ଭାରତ ଅନୁଷ୍ଠିତ ହେବ ।

ଏହି ଅବସରରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ଏମଡି ତଥା ସିଇଓ  ମହେନ୍ଦ୍ର ସିିଂଘି କହିଛନ୍ତି ଯେ, ମହାମାରୀ ବିରୋଧରେ ଦେଶର ସହନଶୀଳ ଲଢ଼େଇ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ଲକ୍ଷ୍ୟ ରଖି ଆୟୋଜନ କରାଯାଉଥିବା ସଙ୍ଗୀତ କନସର୍ଟରେ ପଦ୍ମଶ୍ରୀ କୈଳାସ ଖେର ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ ସାମିଲ ହୋଇଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଭିଡ୍ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ବର୍ଣ୍ଣନା କରିବା ଲାଗି ଶବ୍ଦର ଅଭାବ ପଡ଼ୁଛି । ସେମାନଙ୍କ ପ୍ରତିବଦ୍ଧତା ପ୍ରେରଣାଦାୟୀ ଓ ଆମେ ସେମାନଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଚିରନ୍ତନ ଭାବକୁ ସଲାମ କରୁଛୁ । ନିରନ୍ତର ପ୍ରତି ଆମର ରହିଥିବା ପ୍ରତିବଦ୍ଧତା ଓ ପରିଚାଳନା ପ୍ରଦର୍ଶନକୁ ମଧ୍ୟ ଆମେ ଏହି ଅବସରରେ ପାଳନ କରୁଛୁ ।’’

ଏହି କନସର୍ଟ ସମ୍ପର୍କରେ ପଦ୍ମଶ୍ରୀ କୈଳାସ ଖେର କହିଛନ୍ତି ଯେ, “ବିଗତ କିଛି ମାସରେ ସାରା ଦୁନିଆ ଏକ ଜୀବନ ବଂଚିବା ଓ ଭାବିବାର ଏକ ନୂତନ ପଥ ବାଛିଛି । ଆମ ପ୍ରାଥମିକତାରେ ପରିବର୍ତନ ଘଟିଛି ଯାହାକୁ ନୂତନ ସ୍ୱାଭାବିକ ବୋଲି କୁହାଯାଇଛି । ଏହି କଠିନ ସମୟରେ ଦାୟିତ୍ୱ ମୁଣ୍ଡାଇବା ଓ ପରଷ୍ପରକୁ ସାହାଯ୍ୟ କରିବା ଲାଗି ବ୍ୟକ୍ତିବିଶେଷ ଓ କର୍ପୋରେଟ ଆଗେଇ ଆସିଛନ୍ତି । ସେଭଳି ଏକ ସଂସ୍ଥା ହେଉଛି ଡାଲମିଆ ଭାରତ ଗ୍ରୁପ୍ ଯାହା ଦେଶର ନାଗରିକଙ୍କୁ ସାହାଯ୍ୟ କରିବା ଲାଗି ନିରନ୍ତର ଭାବେ ଏହି ମହାମାରୀ ସମୟରେ କାର୍ଯ୍ୟ କରୁଛି । ଆମ ଆଗଧାଡ଼ିର ଯୋଦ୍ଧାଙ୍କ ନାମରେ ଆୟୋଜନ କରାଯାଇଥିବା ଜଜବା-ଏ-ଭାରତ ସଙ୍ଗୀତ କାର୍ଯ୍ୟକ୍ରମ ଜରିଆରେ ଆମେ ଏହି ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଯେଉଁମାନେ ଏହି ମହାମାରୀ ସମୟରେ ଲଢ଼େଇ କରୁଛନ୍ତି ।’’

ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ କହିଛନ୍ତି ଯେ, “ଡାଲମିଆ ଭାରତ ଗ୍ରୁପର ଏହି ଭର୍ଚୁ୍ରଆଲ ସଙ୍ଗୀତ କନସର୍ଟର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ସେମାନଙ୍କ ନିରନ୍ତର ଭବିଷ୍ୟତର ଲକ୍ଷ୍ୟ ପରିବେଶ ଉପରେ ଆମର ଥିବା ବିଶ୍ୱାସ ସହ ଜଡ଼ିତ ରହିଛି । ମିଳିତ ଭାବେ ଆମେ ବିଶ୍ୱାସ କରୁଛୁ ଯେ ଆମେ ପାଇଥିବା ଏକ ପୃଥିବୀ ଠାରୁ ଅଧିକ ଉନ୍ନତ ଆମେ ଆମ ପିଲାମାନଙ୍କ ପାଇଁ ଛାଡ଼ିଯିବା ଉପରେ ଆମେ ବିଶ୍ୱାସ କରୁଛୁ । ଲୋକଙ୍କୁ ଭଲ କାର୍ଯ୍ୟ କରିବା ଲାଗି ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଲାଗି ସଙ୍ଗୀତର ରହିଥିବା ଶକ୍ତି ଉପରେ ମୋର ବିଶ୍ୱାସ ରହିଛି । ନିରନ୍ତର ଭାବେ ସଚେତନ ରହିବା ଏବଂ ପ୍ରକୃତି ସହିତ ବଂଚିବା ଲାଗି ଉତ୍ସାହିତ କରିବାର ଶକ୍ତି ସଙ୍ଗୀତ ପାଖରେ ରହିଛି ।’’
ଏହି କନ୍ସର୍ଟରେ ଗାୟକ ଉଦିତ ନାରାୟଣ ଓ ତାଙ୍କ ପୁଅ ଆଦିତ୍ୟ ନାରାୟଣ, ବେନି ଦୟାଲ ଓ ଜୋନିତା ଗାନ୍ଧୀ ମଧ୍ୟ ସାମିଲ ହେବେ । କୋଭିଡ ଯୋଦ୍ଧାଙ୍କ ପ୍ରତି ସଙ୍ଗୀତର ସଲାମ ସମସ୍ତ ସୋସିଆଲ ମିଡିଆରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର