ଉତ୍ତରପ୍ରଦେଶରେ ତ୍ରିକୋଣୀୟ ଲଢ଼େଇ ଯୋଗୁଁ ଫାଇଦାରେ ରହିବ କି ବିଜେପି ?

କଂଗ୍ରେସ ଓ ସପା-ବସପା ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ୁଛନ୍ତି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ସମୟରେ ଉତ୍ତରପ୍ରଦେଶର ଉପରେ ସବୁ ଦଳର କଡ଼ା ନଜର ।  ଚଳିତ ନିର୍ବାଚନରେ ଭାଜପା ସହ ମୁକାବିଲା କରିବା ପାଇଁ ବିଭାଜିତ ହୋଇଥିବା ବିରୋଧୀ କେତେ ସଫଳ ହେବେ ତାହା ସମୟ କହିବ । ଉତ୍ତରପ୍ରଦେଶରେ ଅଧିକାଂଶ  ଆସନ ପାଇଁ ଭାଜପା, କଂଗ୍ରେସ ଓ ସପା-ବସପା ମେଣ୍ଟ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ଏହା ହୁଏତ ଶାସକ ବିଜେପିକୁ ଲାଭ ଦେଇପାରେ।

୨୦୧୪ ନିର୍ବାଚନରେ ୮୦ ଆସନ ଥିବା ଏହି ରାଜ୍ୟରେ ବିରୋଧୀ ଦଳର ଭୋଟର ଏକ ଅଂଶ ବିଜେପି ଖାତାକୁ ଚାଲିଯାଇଥିଲା । ଗତ ଲୋକସଭା ନିର୍ବାଚନରେ ବିଜେପି ଓ ସାଥୀ ଦଳ ୪୩ ପ୍ରତିଶତ ଭୋଟ ପାଇ ମୋଟ ୯୧ ପ୍ରତିଶତ ଆସନ ହାସଲ କରିଥିଲେ । ୮୦ରୁ ଭାଜପାକୁ ୭୧ ଓ ସହଯୋଗୀ ଦଳକୁ ଦୁଇ ଆସନ ମିଳିଥିଲା।

NewsClick

ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟ ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ତଥା କଂଗ୍ରେସକୁ ପାଖାପାଖି ୫୦ ପ୍ରତିଶତ ଭୋଟ୍ ମିଳିଥିଲା । କିନ୍ତୁ ସମାଜବାଦୀ ପାର୍ଟିକୁ ୫ଟି, କଂଗ୍ରେସକୁ ୨ଟି ଓ ମାୟାବତୀ ଗୋଟିଏ ବି ସିଟ ହାସଲ କରିପାରି ନ ଥିଲେ । ଗତ ଥର ବିଫଳ ହେବା ସତ୍ୱେ ଏକାଠି ନିର୍ବାଚନ ଲଢ଼ୁନାହାନ୍ତି ୩ ଦଳ ।

ଚଳିତ ଥର ବସପା ଓ ସପା ଭାଜପାକୁ ସତ୍ତାରୁ ହଟାଇବା ପାଇଁ ହାତ ମିଳାଇଛନ୍ତି । କଂଗ୍ରେସକୁ ଉଭୟ ଦଳ ଏହି ମେଣ୍ଟରୁ  ବାହାରେ ରଖିଛନ୍ତି । ସପା-ବସପା ପକ୍ଷରୁ କୁହାଯାଇଛି ନିର୍ବାଚନ ଜିତିବା ପାଇଁ କଂଗ୍ରେସର କୌଣସି ଆବଶ୍ୟକତା ନାହିଁ । ସେମାନେ ଭାଜପାକୁ ହରାଇବା ପାଇଁ ଯଥେଷ୍ଟ । ଏବେ କଂଗ୍ରେସ ସମସ୍ତ ୮୦ ସିଟରୁ ଏକୁଟିଆ ନିର୍ବାଚନ ଲଢ଼ିବା ପାଇଁ ଯାଉଛି । ତେବେ ଆଗାମୀ ସମୟରେ ଜଣାପଡ଼ିବ ସପା-ବସପା ଓ କଂଗ୍ରେସ ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ିଲେ ବିଜେପି ଲାଭବାନ ହୋଇପାରେ।

ସମ୍ବନ୍ଧିତ ଖବର