ଜହ୍ନାପଙ୍କ: ଶନିବାର ସକାଳ ସାଢ଼େ ୧୦ଟା ସମୟରେ ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ସାର ବୋଝେଇ ଟ୍ରକ୍ ଓଲଟିଥିଲା। ତେବେ ଟ୍ରକ୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଆଜି ଭୋର ପ୍ରାୟ ୪ ଟାରେ ପାରାଦୀପ ଠାରୁ ସାର ବୋଝେଇ କରି ନୂଆପଡ଼ାକୁ ଯାଉଥିବା ଏକ ଟ୍ରକ (ଓ ଡି ୦୫-କେ ୭୨୦୭) ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମ କଡ଼କୁ ତଳକୁ ଓଲଟି ପଡ଼ିଥିଲା l ଦୁର୍ଘଟଣାରେ ଚାଳକ ବର୍ତ୍ତି ଯାଇଥିବା ବେଳେ ସାର ବସ୍ତାଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା l ବାଉଁଶୁଣୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟାରେ ପାରାଦୀପ ଠାରୁ ସାର ବୋଝେଇ କରି ନୂଆପଡ଼ାକୁ ଯାଉଥିବା ଏକ ଟ୍ରକ (ଓ ଡି ୦୫-କେ ୭୨୦୭) ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମ କଡ଼କୁ ତଳକୁ ଓଲଟି ପଡ଼ିଥିଲା l ଦୁର୍ଘଟଣାରେ ଚାଳକ ବର୍ତ୍ତି ଯାଇଥିବା ବେଳେ ସାର ବସ୍ତାଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା l ବାଉଁଶୁଣୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।