ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ହାଇସ୍କୁଲ ନିକଟରେ ଏକ ଧାନ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବାର ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ବୌଦ୍ଧ,କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକରୁ ଚୋରା ଧାନ ନେଇ ତୁଷୁରାର ଏକ ରାଇସ ମିଲକୁ ଆସୁଥିବା ଚର୍ଚ୍ଚା ହେଇଛି।

Advertisment

ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ବୌଦ୍ଧ,କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକରୁ ଚୋରା ଧାନ ନେଇ ତୁଷୁରାର ଏକ ରାଇସ ମିଲକୁ ଆସୁଥିବା ଚର୍ଚ୍ଚା ହେଇଛି।ଉକ୍ତ ଗାଡ଼ିଟି କେଉଁ ସ୍ଥାନରୁ ବାହାରି ଆଉ କେଉଁ  ସ୍ଥାନରୁ ଧାନ ଆଣି କେଉଁ ସ୍ଥାନକୁ ଯାଉଥିଲା ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଡ୍ରାଇଭର ଦେଉ ନ ଥିବାରୁ  ଚୋରାଚାଲାଣ ହେଉଥିବା ବାରି ହେଉଛି।  ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ଅନ୍ୟ ପକ୍ଷରେ ଉକ୍ତ ଗାଡ଼ିଟି କେଉଁ ସ୍ଥାନରୁ ବାହାରି ଆଉ କେଉଁ  ସ୍ଥାନରୁ ଧାନ ଆଣି କେଉଁ ସ୍ଥାନକୁ ଯାଉଥିଲା ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଡ୍ରାଇଭର ଦେଉ ନ ଥିବାରୁ  ଚୋରାଚାଲାଣ ହେଉଥିବା ବାରି ହେଉଛି।  ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି ବିଷୟରେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କୁ ପଚରାଯିବାରୁ ମଁ ଗୋଟେ କାର୍ଯ୍ୟକ୍ରମକୁ ଆସିଛି  ନିକଟରେ ଥିବା  ପେକ୍ସକ ସମ୍ପାଦକଙ୍କୁ ପଚାରନ୍ତୁ ବୋଲି କହିଛନ୍ତି। ସେହିପରି  ଥାନା ଅଧିକାରୀ ମନୋଜ ପଧାନଙ୍କୁ ପଚାରିବାରୁ ତଦନ୍ତ କରୁଛି ବୋଲି କହିଛନ୍ତି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।