ରାଜାମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡିହି ଛକ ନିକଟରେ ବାଇକ୍‌ ଧକ୍କାରେ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ବାଇକ୍‌ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ମୃତ ଟ୍ରକ୍‌ ଚାଳକ ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାମଗଡ଼ ଜିଲ୍ଲାର ମହମ୍ମଦ ଅସଲାମ(୫୨)।

Advertisment

ଟ୍ରକ୍‌ ଚାଳକ ଅସଲାମ ଟ୍ରକ୍‌ ଛିଡ଼ାକରି ପଛଚକ ଦେଖୁଥିବାବେଳେ ପଛରୁ ଆସୁଥିବା ଓଡି ୧୪ ଟି ୪୩୦୮ ନମ୍ବର ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାଳକ ଗୁରୁତର ହେବା ସହ ବାଇକ୍‌ରେ ବସିଥିବା ୨ ଜଣ ମଧ୍ୟ ରାସ୍ତାରେ ଛିଟିକିପଡ଼ି ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାରକରି ଲହୁଣିପଡ଼ା ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଟ୍ରକ୍‌ଚାଳକ ଅସଲାମଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଶବ ଜବତକରି ମର୍ଗରେ ରଖିଥିବାବେଳେ ଆଜି ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସ ଟ୍ରକ୍‌ ଓ ବାଇକ୍‌ ଜବତକରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ମୁତାବକ ଟ୍ରକ୍‌ ଚାଳକ ଅସଲାମ ଟ୍ରକ୍‌ ଛିଡ଼ାକରି ପଛଚକ ଦେଖୁଥିବାବେଳେ ପଛରୁ ଆସୁଥିବା ଓଡି ୧୪ ଟି ୪୩୦୮ ନମ୍ବର ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାଳକ ଗୁରୁତର ହେବା ସହ ବାଇକ୍‌ରେ ବସିଥିବା ୨ ଜଣ ମଧ୍ୟ ରାସ୍ତାରେ ଛିଟିକିପଡ଼ି ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାରକରି ଲହୁଣିପଡ଼ା ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଟ୍ରକ୍‌ଚାଳକ ଅସଲାମଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଶବ ଜବତକରି ମର୍ଗରେ ରଖିଥିବାବେଳେ ଆଜି ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସ ଟ୍ରକ୍‌ ଓ ବାଇକ୍‌ ଜବତକରି ଘଟଣାର ତଦନ୍ତ ଚଳାଇଛି।