ବସ୍ତା୨: ରୂପସା ଥାନା ୧୬ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତୀ ଛକ ନିକଟରେ ଚଳନ୍ତା ଟ୍ରକର ପଛକୁ ଅନ୍ୟ ଏକ ଟକ୍କ ଧକ୍କା ଦେବାରୁ କେବିନରେ ଚାପି ହୋଇ ଚାଳକ ସମେତ ଖଲାସୀ ଗୁରୁତର ଆହତ ହୋଇଛନ୍ତି।
ଶନିବାର ସକାଳ ସମୟରେ କାଠ ବୋଝେଇ ଟ୍ରକ (ଡ଼ବ୍ଲ୍ୟୁବି ୨୯ବି ୭୪୦୦) ର ପଛକୁ ଅନ୍ୟ ଏକ କାଜୁ ବୋଝେଇ ଟ୍ରକ (ଓଡ଼ି ୦୫ବିକେ ୯୨୧୬) ଆଗପଛ ହୋଇ ବାଲେଶ୍ବର ପଟୁ କୋଲକାତା ଅଭିମୁଖେ ଯାଉଥିଲେ। ଏହି ସମୟରେ ଉକ୍ତ ଛକ ନିକଟରେ ସାମନା ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ପଛରେ ଥିବା ଟ୍ରକ(ଓଡ଼ି ୦୫ବିକେ ୯୨୧୬)ଟି ସାମନା ଟ୍ରକର ପଛକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଟ୍ରକଟିର କେବିନ ଅଂଶଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଓ ଖଲାସୀ ଭିତରେ ଚାପି ହୋଇ ରହିଯାଇଥିଲେ।
ସୂଚନା ଅନୁସାରେ ଶନିବାର ସକାଳ ସମୟରେ କାଠ ବୋଝେଇ ଟ୍ରକ (ଡ଼ବ୍ଲ୍ୟୁବି ୨୯ବି ୭୪୦୦) ର ପଛକୁ ଅନ୍ୟ ଏକ କାଜୁ ବୋଝେଇ ଟ୍ରକ (ଓଡ଼ି ୦୫ବିକେ ୯୨୧୬) ଆଗପଛ ହୋଇ ବାଲେଶ୍ବର ପଟୁ କୋଲକାତା ଅଭିମୁଖେ ଯାଉଥିଲେ। ଏହି ସମୟରେ ଉକ୍ତ ଛକ ନିକଟରେ ସାମନା ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ପଛରେ ଥିବା ଟ୍ରକ(ଓଡ଼ି ୦୫ବିକେ ୯୨୧୬)ଟି ସାମନା ଟ୍ରକର ପଛକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଟ୍ରକଟିର କେବିନ ଅଂଶଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଓ ଖଲାସୀ ଭିତରେ ଚାପି ହୋଇ ରହିଯାଇଥିଲେ।
ଖବର ପାଇ ବସ୍ତା ଦମକଳ ବାହିନୀ, ଜାତୀୟ ରାଜପଥ ପହରା ପୁଲିସ ଏବଂ ରୂପସା ପୁଲିସ ପହଞ୍ଚି ହାଇଡ଼୍ରୋଲିକ ଗ୍ୟାସ୍ କଟରରେ ଟ୍ରକର କେବିନକୁ କାଟି ଦୀର୍ଘ ୧ ଘଣ୍ଟା ପରେ ଦୁଇ ଜଣଙ୍କୁ ଟ୍ରକ ଭିତରୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ରୂପ୍ସା ଥାନା ପୁଲିସ ଟ୍ରକ ଦୁଇଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।