ନୂଆଦିଲ୍ଲୀ: ଭାରତ ବିରୋଧୀ ମନ୍ତବ୍ୟ ଦେବାରେ କୌଣସି ଅବହେଳା କରୁନଥିବା ଆମେରିକା ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ପୁଣି ଏକ ପ୍ରସଙ୍ଗରେ ଭାରତକୁ ଟାର୍ଗେଟ୍ କରିଛନ୍ତି। ଦୁଇ ଦେଶ ଭିତରେ ଉତ୍ତେଜନା ଭଳି ସ୍ଥିତି ଥିବା ବେଳେ ଭାରତରେ ଏଆଇ ବ୍ୟବହାରକୁ ଆମେରିକା କାହିଁକି ରିହାତିରେ ଯୋଗାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଟ୍ଜିପିଟି ଭଳି ଏଆଇ ଟୁଲ୍ ଆମେରିକା ବିଦ୍ୟୁତ୍ ଶକ୍ତି ଦ୍ବାରା ପରିଚାଳିତ ହେଉଥିବା ବେଳେ ତାହାର ଲାଭ ଭାରତ, ଚୀନ ଓ ଅନ୍ୟ ଦେଶଗୁଡ଼ିକୁ ମିଳୁଥିବା ସେ କହିଛନ୍ତି।
ବିଦେଶୀ ପକ୍ଷ ଆମେରିକାରେ ଚଢ଼ା ଦାମ୍ରେ ଚାଷ ଜମି କ୍ରୟ କରୁଥିବାକୁ ମଧ୍ୟ ନାଭାରୋ ବିରୋଧ କରୁଛନ୍ତି। ଏହାଦ୍ବାରା ଆମେରିକାରେ ଖାଦ୍ୟ ମୂଲ୍ୟ ଯଥେଷ୍ଟ ବଢ଼ିବା ଆଶଙ୍କା ରହିଥିବା ସେ କହିଛନ୍ତି। ସଂପ୍ରତି ଭାରତ ଓ ଆମେରିକା ସମ୍ପର୍କରେ କଠିନ ସମୟ ଦେଇ ଗତି କରୁଛି। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ସେଥିରୁ ୨୫ ପ୍ରତିଶତ ପାଲଟା ଶୁଳ୍କ ହୋଇଥିବା ବେଳେ ଅବଶିଷ୍ଟ ୨୫ ପ୍ରତିଶତ ହେଉଛି ରୁଷରୁ ଭାରତ ତେଲ କିଣୁଥିବାରୁ ଜରିମାନା।
ଆହୁରି ପଢନ୍ତୁ: Iranian Protesters: ଆମେରିକାରେ ଇରାନ ତାତି: ବିଶ୍ବାସରେ ବିଷ ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଲେ ଇରାନବାସୀ
ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ୭୫ ପ୍ରତିଶତ ବୃଦ୍ଧି କରିବାକୁ ଆମେରିକା ଧମକ ଦେଇଛି। ଏହା ବ୍ୟତୀତ ଆମେରିକା ସରକାର ଏଭଳି ଏକ ବିଲ ଆଣୁଛନ୍ତି ଯାହା ଆଇନରେ ପରିଣତ ହେଲେ ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗିବ। ଆମେରିକା ସହ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିବା ଲାଗି ଗତବର୍ଷ ଫେବ୍ରୁଆରିଠାରୁ ଭାରତ ଉଦ୍ୟମ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଭାରତର କୃଷିଜାତ ଓ ଦୁଗ୍ଧଜାତ କ୍ଷେତ୍ରରେ ପ୍ରବେଶ କରିବାକୁ ଆମେରିକା ଜିଦ ଧରିଥିବା ବେଳେ ଚାଷୀମାନଙ୍କ ସ୍ବାର୍ଥ ସହ ସାଲିସ କରିବାକୁ ଭାରତ ସରକାର ଚାହୁନାହାନ୍ତି। ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି।
ଆହୁରି ପଢନ୍ତୁ: AAP MLA resigned: ଗୁରୁ ଗ୍ରନ୍ଥ ସାହେବ ଚୋରି ପ୍ରସଙ୍ଗରେ ଆପ୍ ବିଧାୟକଙ୍କ ଇସ୍ତଫା
ଭାରତକୁ ନାଭାରୋ ସମାଲୋଚନା କରିବା କିଛି ନୂଆ କଥା ନୁହେଁ। ଅତୀତରେ ସେ ଅନେକ ଥର ଭାରତକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଆମେରିକୀୟ ବ୍ୟବସାୟ ପ୍ରତି ଭାରତର ଆଭିମୁଖ୍ୟ ଭଲ ନଥିବା ସେ କହିଥିଲେ। ଭାରତକୁ ସେ ‘ଶୁଳ୍କର ମହାରାଜା’ ଭାବେ ଅଭିହିତ କରିଥିଲେ। ରୁଷରୁ ତେଲ ଆମଦାନୀକୁ ସେ ‘ରକ୍ତଲଗା ତୈଳ’ ବୋଲି କହିଥିଲେ। ରୁଷ-ୟୁକ୍ରେନ ଯୁଦ୍ଧକୁ ସେ ମୋଦୀ ଯୁଦ୍ଧ କହିବାକୁ ପଛାଇ ନଥିଲେ। ତାଙ୍କର ପ୍ରତିଟି ଆକ୍ରମଣକୁ ଭାରତ ଦୃଢ଼ ଭାବେ ସାମ୍ନା କରିବା ସହ ପ୍ରତିଜବାବ ଦେଇଥିଲା। ନାଭାରୋଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସେ ପାରସ୍ପରିକ ସମ୍ମାନକୁ ଗୁରୁତ୍ବ ଦେଉନାହାନ୍ତି। ଭାରତ-ଆମେରିକା ସମ୍ପର୍କର ଗଭୀରତାକୁ ସେ ବୁଝନ୍ତି ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/18bbs_57_18012026_112-2026-01-18-18-52-35.jpg)