ଇରାନର ଡ୍ରୋନ ଖସାଇଦେଇଥିବା ଆମେରିକାର ଦାବି , ତେହେରାନର ଖଣ୍ଡନ

ଓ୍ଵାସିଂଟନ : ଉପସାଗରୀୟ ଅଂଚଳରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଛି । ଉତ୍ତେଜନା ବଢାଇବା ଲାଗି ଉଭୟ ପକ୍ଷ ପ୍ରତିିଦିନ କୌଣସି ନା କୌଣସି ପ୍ରକାରର କାର୍ଯ୍ୟ କରୁଛନ୍ତି । ପରିସ୍ଥିତି ଆଗକୁ ବିସ୍ଫୋରକ ରୂପ ନେବାର ଆଶଙ୍କା ଦେଖାଦେଇଛି । ଆଜି ଷ୍ଟ୍ରେଟ ଅଫ ହର୍ମୁଜରେ ଥିବା ଆମେରିକାର ଯୁଦ୍ଧ ଯାହାଜ ୟୁଏସଏସ ବକ୍ସରର ନିକଟରେ ଉଡୁଥିବା ଇରାନର ଏକ ଡ୍ରୋନକୁ ମାରି ଖସାଇଦେଇଥିବା ଦାବି କରିଛି ଓ୍ଵାସିଂଟନ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଉପସାଗରୀୟ ଅଞ୍ଚଳରେ ଥିବା ସବୁ ନାଗରିକ ଓ ସମ୍ପତ୍ତିର ସୁରକ୍ଷା କରିବାର ଅଧିକାର ଆମେରିକାର ରହିଛି । ଇରାନର ଡ୍ରୋନଟି ୟୁଏସଏସ ବକ୍ସର ଯୁଦ୍ଧ ଜାହାଜଠାରୁ ପ୍ରାୟ ୧୦୦୦ ମିଟର ଭିତରକୁ ଚାଲିଆସିଥିଲା । ତେବେ ଇରାନ ଆମେରିକାର ଏହି ଦାବିକୁ ଖଣ୍ଡନ କରିଛି । ନିଜର କୌଣସି ଡ୍ରୋନ ସେଠାରେ ଉଡିନଥିଲା ବୋଲି ଇରାନ କହିଛି । ଗତ ଜୁନ ମାସରେ ଇରାନ ଆମେରିକାର ଏକ ଡ୍ରୋନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିଲା । ଏହାର ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ ସେତେବେଳେ କହିଥିଲେ ।

ସମ୍ବନ୍ଧିତ ଖବର