ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁର ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ଆବାସ  ଘର ସାତସପନ ପାଲଟି ଯାଇଛି। ମଗଡ଼ିଙ୍ଗିଆ ଗାଁର ରେ ରହୁଥିବା ୬୨ବର୍ଷୀୟା ବିଧବା ବୃଦ୍ଧା ମହିଳା ତୁଳାବତି ଦିଗାଲ ଭଙ୍ଗା ଦଦରା ଘରେ ରହୁଛନ୍ତି |

Advertisment

ଦିନ ମଜୁରି କରି ଘରଟିଏ କରିବା ତାଙ୍କ ପାଇଁ କଷ୍ଟକର ହୋଇ ଥିବାରୁ ପକାଘର ଖଣ୍ଡିଏ ପାଇଁ ଦଶବର୍ଷ ହେଲା ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି |

ବର୍ଷା ଦିନରେ ଭଙ୍ଗାରୁଜା ଘରେ ରହିବା କଷ୍ଟସାଧ୍ୟ ହେଉଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ଅସହାୟ ବୃଦ୍ଧା ବିଧବା ମହିଳାଙ୍କୁ ପକା ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ତୁଳାବତୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସେଇମାନେ ମଧ୍ୟ ଖଟିଲେ ଖାଆନ୍ତି। ନିଜେ ଖଟିଲେ ନିଜ ପରିବାର ଚଳିବା କଷ୍ଟ।

ବର୍ଷା ଋତୁ ଆସିଲେ ତୁଳବତୀ ପର ଦୁଆରେ ଆଶ୍ରୟ ନିଅନ୍ତି। ବେଳେ ବେଳେ ରାତି ଉଜାଗର ରହିବାକୁ ପଡେ। ହଠାତ ରାତିରେ ବର୍ଷା ହେଲେ ସେମିତି ସେଇ ଭଙ୍ଗା କୁଡ଼ିଆରେ ବର୍ଷାରେ ଭିଜି ଭିଜି ରାତି କଟାନ୍ତି। ସେହି ଗ୍ରାମର ମୋହନ ଦିଗାଲ, ଆମନ ଦିଗାଲ, ସିମନ ଦିଗାଲ ଜାକବ ଦିଗାଲ ପ୍ରମୁଖ ନିବେଦନ  କରିଛନ୍ତି।