ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରାମପଂଚାୟତର ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ଗିରଫ । ସୂଚନା ଅନୁଯାୟୀ ଦୁବୁଲାବେଡା ଗ୍ରାମରେ କରମ ପରବ ଚାଲିଥିବା ସମୟରେ ଜଣେ ନାବାଳିକା ବାହାରକୁ ବାହାରିଥିବା ସମୟରେ ଦୁଇଜଣ ଯୁବକ ୧୪ ବର୍ଷର ନାବାଳିକାଙ୍କୁ ରାତ୍ରିରେ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ।
ତେବେ ନାବାଳିକାଙ୍କ ପିତା ମାତା ଉଭୟ ମୃତ୍ୟୁବରଣ କରିଥିବାରୁ ସେନେଇ କାହାକୁ କିଛି କହିନଥିଲେ । ତେବେ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ହୋଇଥିବାରୁ ସେ ଗୁରୁତର ଆହତ ହୋଇଥିବାରୁ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ପରେ ଉକ୍ତ ଯୁବକଙ୍କ ନାମରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ କେସ୍ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । ତେବେ ଆଜି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକମାନେ ହେଲେ ଦୁବୁଲାବେଡା ଗ୍ରାମର ମିଲନ୍ ଓରଫ୍ ପ୍ରଣବ କୁମାର ମହାନ୍ତ ଏବଂ ମିନ୍ଟୁ ଓରଫ୍ ମିତ୍ରଭାନୁ ମହାନ୍ତ (୨୫) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2017/10/Rape_New.jpg)