ଓଡ଼ିଶାରୁ ନିଖୋଜ ପ୍ରେମିକା-ପ୍ରେମିକଙ୍କ ଝୁଲନ୍ତା ମୃତଦେହ ଜଗଦଲପୁରରୁ ଉଦ୍ଧାର

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା କୁତୁକାଝୋଲା ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ପରିବାର ତରଫରୁ ଲକ୍ଷ୍ମୀପୁର ଥାନାରେ ଗତ ମାର୍ଚ୍ଚ ମାସରେ ଲିଖିତ ଅଭିଯୋଗ ହୋଇଥିଲା। ଛଅମାସ ପରେ ଛତିଶଗଡ଼ର ନାବାଳିକାର ମୃତଦେହ ଝୁଲନ୍ତା ଅବସ୍ଥାରେ ଜଗଦଲପୁର ଜିଲ୍ଲା ନଗରନାର ଥାନା ଅଚଂଳର ଏକ ମନ୍ଦିର ପାଖରୁ ଉଦ୍ଧାର ହୋଇଛି। ନାବାଳିକା ସହିତ ତା’ର ପ୍ରେମିକର ମୃତଦେହକୁ ପୁଲିସ ଜବତ କରିଛି। ସ୍ଥାନୀୟ ଲୋକେ ଗଛରେ ଝୁଲୁଥିବା ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହକୁ ଜବତ କରିଥିଲା। ଗଛ ନିକଟରେ ଚପଲ ଓ ଏକ ସ୍କୁଲ ବ୍ୟାଗ ଥିବା ଦେଖି ପୁଲିସ ସେଠାରେ ପଡ଼ିଥିବା ଏକ ବ୍ୟାଗକୁ ଯାଂଚ କରି ଏକ ଆଧାରକାଡ ପାଇଥିଲା। ଆଧାରକାଡରେ ଲେଖାଥିବା ପରିଚୟକୁ ନେଇ ଲକ୍ଷ୍ମୀପୁର ଥାନାକୁ ଫୋନ କରି ଜଣାଇଥିଲା। ଲକ୍ଷ୍ମୀପୁର ପୁଲିସ ଘଟଣା ସଂପର୍କରେ ଅବଗତ ହେବା ପରେ ମାତଲଆମ୍ବା ଗ୍ରାମର ନିଖୋଜ ନାବାଳିକା ବୋଲି ଜାଣିପାରି ଥିଲା।

ଲକ୍ଷ୍ମୀପୁର ପୁଲିସ ଏଏସଆଇ ନାବାଳିକାର ପରିବାରଙ୍କୁ ଧରି ନଗରନାର ଥାନାରେ ପହଚିଁବା ପରେ ପରିବାର ଲୋକେ ମୃତଦେହ ଦେଖି ନାବାଳିକା ଝିଅ ବୋଲି ଚିହ୍ନଟ କରିଥିବା ବେଳେ ପୁଅଟିର ମୃତଦେହ ମଧ୍ୟ ସେହି ଗ୍ରାମର ସତ୍ୟ ପ୍ରେପେକା(୨୪) ବୋଲି କହିଥିଲେ। ଦୁଇଟି ମୃତଦେହ ୫ଦିନ ଧରି ସେହି ଗଛରେ ଝୁଲି ରହିଥିବାରୁ ଏହାକୁ ଆଉ ନିଜ ଗ୍ରାମକୁ ନଆଣି ଶବ ବ୍ୟବଛେଦ କରାଇ ସେଠାରେ ହିଁ ୨ ପରିବାର ଲୋକଙ୍କର ଉପସ୍ଥିତିରେ ପୋତା ଯାଇଥିଲା ନାବାଳିକା ଓ ସତ୍ୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାରୁ ସେମାନେ ଗାଁ ଛାଡ଼ି ଛତିଶଗଡ଼ ପଳାଇଥିଲେ।

ସମ୍ବନ୍ଧିତ ଖବର