ଖଇରା: ବାଲେଶ୍ଵର ଜିଲା ଖଇରା ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟେରାମାନେ ଲୁଟ ପରେ ଲୁଟ କରିଚାଲିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଖଇରା ଓ ବାଲେଶ୍ଵର ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଛନ୍ତି । ନିକଟରେ ଜଣେ ଗହଣା ଦୋକାନଙ୍କ ଘରେ ପଶି ଲୁଟେରାମାନେ ଲୁଟପାଟ ଘଟଣାର ତଦନ୍ତ ସରି ନଥିବାବେଳେ ଏବେ ପୁଣି ଡକାୟତମାନେ ପୁଲିସକୁ ଆଉ ଦୁଇଟି ଚକମା ଦେଇ ଖସିଯାଇଛନ୍ତି । ଗତକାଲି ବିଳମ୍ବିତ ରାତି ଖଇରା ବ୍ଲକ ଅଧୀନ ଡାଲଙ୍ଗ ପଞ୍ଚାୟତର ଡାଲଙ୍ଗ ଗ୍ରାମରେ ୮ ଜଣ ଲୁଟେରା କ୍ରାନ୍ତି କୁମାର ଦାସଙ୍କ ଘରେ ପସି ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କର ସର୍ବସ୍ଵ ଧନସମ୍ପତି ଲୁଟି ନେଇଛନ୍ତି ।

Advertisment

ଶ୍ରୀ ଦାସ ଘରେ ନିଜ ବୃଦ୍ଧା ମା ଓ ଭଉଣୀ ସହ ଶୋଇଥିଲେ । ଏହି ସମୟରେ ଲୁଟେରାମାନେ ଘର କବାଟ ଭାଙ୍ଗି ଭିତରକୁ ଗଳିବାର କ୍ରାନ୍ତି ଜାଣିପରି ଏକ ଠେଙ୍ଗା ଧରି ସେମାନଙ୍କ ସହ ଲଢିବାକୁ ଆସିଥିଲେ । ମାତ୍ର ଲୁଟେରାମାନେ ହାତରେ ବନ୍ଧୁକ ଓ ଭୁଜାଲି ଧରି ସେମାନଙ୍କୁ ଡରାଇବା ସହ କ୍ରାନ୍ତିଙ୍କ ଉପରକୁ ଆକ୍ରମଣ କରିଥିଲେ। ଲୁଟେରାଙ୍କ ଆକ୍ରମଣରେ କ୍ରାନ୍ତି ଗୁରୁତ୍ବର ଆହତ ହୋଇ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବାବେଳେ ତାଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ନଗଦ ୨ ଲକ୍ଷ ଟଙ୍କ ଓ ବହୁ ଦାମି ଜିନିଷ ପତ୍ରକୁ ଲୁଟେରାମାନେ ଲୁଟିନେଇଛନ୍ତି । ଏନେଇ ଖଇରା ପୁଲିସକୁ ପରିବାର ଲୋକ ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ହିନ୍ଦିରେ କଥାବର୍ତ୍ତା ହେଉଥିବା ନେଇ ପରିବାର ଲୋକ ପ୍ରକାଶ କରିବାପରେ ପୋଲିସର ତଦନ୍ତ ଘେର ବାହାରକୁ ଛୁଟିଛି ।
ସେହିପରି ଖଇରା ଥାନା ଅଧିନ ସାରକୋଣା ଗ୍ରାମର ଅଜିତ କୁମାର ମହାପାତ୍ର ଗତକାଲି ରାତିରେ ଡାଲଙ୍ଗ ଅଞ୍ଚଳରେ ଚାଲିଥିବା ତୁଡିଗଡିଆରୁ ଡଗରପଡା ରାସ୍ତା କାମ ସାରି ନିଜ ଡ୍ରାଇଭର ସହ ଘରକୁ ଫେରୁଥିଲେ । ଏହି ସମୟରେ ପଛରୁ ୭ ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କ ନିକଟରେ ଥିବା ଧଳା ରଙ୍ଗର ଆପାଚି ବାଇକ( ଓଡି-୩୪ ପି- ୬୪୦୫) ସହ ଦୁଇଟି ମୋବାଇଲ ଟଙ୍କା ପଇସା ଏବଂ ଅନ୍ୟାନ ଜିନିଷପତ୍ର ଲୁଟ କରିଛନ୍ତି । ଏନେଇ ଅଜିତ ଖଇରା ଥାନାରେ ଲିଖିତ ଅଭିଯୋଗ କରିବା ସମୟରେ କ୍ରାନ୍ତିଙ୍କ ଘରୁ ୮ ଜଣ ଡକାୟତ ଲୁଟ କରିବାର ଖବର ଆସିଲା । ଯାହାକୁ ନେଇ ଦୁଇଟି ଘଟଣା ପଛରେ ସମାନ ଗ୍ୟାଙ୍ଗ ସାମିଲ ଥିବାର ପୁଲିସକୁ ସନ୍ଦେହ ହୋଇଛି।

ସୁଚନା ମୁତାବକ ଶ୍ରୀ ଦାସ ଘରେ ନିଜ ବୃଦ୍ଧା ମା ଓ ଭଉଣୀ ସହ ଶୋଇଥିଲେ । ଏହି ସମୟରେ ଲୁଟେରାମାନେ ଘର କବାଟ ଭାଙ୍ଗି ଭିତରକୁ ଗଳିବାର କ୍ରାନ୍ତି ଜାଣିପରି ଏକ ଠେଙ୍ଗା ଧରି ସେମାନଙ୍କ ସହ ଲଢିବାକୁ ଆସିଥିଲେ । ମାତ୍ର ଲୁଟେରାମାନେ ହାତରେ ବନ୍ଧୁକ ଓ ଭୁଜାଲି ଧରି ସେମାନଙ୍କୁ ଡରାଇବା ସହ କ୍ରାନ୍ତିଙ୍କ ଉପରକୁ ଆକ୍ରମଣ କରିଥିଲେ। ଲୁଟେରାଙ୍କ ଆକ୍ରମଣରେ କ୍ରାନ୍ତି ଗୁରୁତ୍ବର ଆହତ ହୋଇ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବାବେଳେ ତାଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ନଗଦ ୨ ଲକ୍ଷ ଟଙ୍କ ଓ ବହୁ ଦାମି ଜିନିଷ ପତ୍ରକୁ ଲୁଟେରାମାନେ ଲୁଟିନେଇଛନ୍ତି । ଏନେଇ ଖଇରା ପୁଲିସକୁ ପରିବାର ଲୋକ ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ହିନ୍ଦିରେ କଥାବର୍ତ୍ତା ହେଉଥିବା ନେଇ ପରିବାର ଲୋକ ପ୍ରକାଶ କରିବାପରେ ପୋଲିସର ତଦନ୍ତ ଘେର ବାହାରକୁ ଛୁଟିଛି ।

crime