ରେକର୍ଡ ନିଶା : ୨୦୦ ଦିନରେ ୨୪ ହଜାର କିଲୋମିଟର ଅତିକ୍ରମ ଲକ୍ଷ୍ୟରେ ଦୁଇ ଯୁବକ 

କୋରାପୁଟ :  ୨୦୦ ଦିନରେ ଅତିକ୍ରମ କରିବେ ୨୪ ହଜାର କିଲୋମିଟର। ଏହି ଦିନ ମଧ୍ୟରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି‌ବେ ବାଙ୍ଗାଲୋର କାଡଗୁଡିର ଧନୁଷ ଏମ.(୩୨) ଏବଂ ଏଡେଗଣ୍ଡାଆଲିର ହେମନ୍ତ ଓାଇ ବି.(୩୧)। ଏହା କରିବା ପରେ ଗିନିଜ୍‌ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଏହି ଦୁଃସାହାସିକ କାର୍ଯ୍ୟ ଆରମ୍ଭ କରିଛପନ୍ତି।

ଜୁଲାଇ ୧୧ ରୁ ଆରମ୍ଭ କରିଥିବା ଏହି ସାଇକେଲ ଯାତ୍ରା ଯୋଗେ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ବୁଲିସାରିଥିବା ସେମାନେ କହିଛନ୍ତି। ଆଜି ସନ୍ଧ୍ୟାରେ ସେମାନେ କୋରାପୁଟ ଜିଲ୍ଲାରେ ପହଞ୍ଚିଛନ୍ତି। କୋରାପୁଟ-ଜୟପୁର-କୋଟପାଡ ଦେଇ ଯିବେ ଛତିଶଗଡ। ଏହାପରେ ସେଠାରୁ ଝାରଖଣ୍ଡ-ପଶ୍ଚିମବଙ୍ଗ ହୋଇ ଉତ୍ତରପୂର୍ବ ରାଜ୍ୟକୁ ଯିବେ ବୋଲି ଜଣାପଡିଛି। ସଦ୍ୟ ବାଣିଜ୍ୟରେ ସ୍ନାତ ଶେଷ କରିଥିବା ଏହି ଦୁଇ ଯୁବକ,୨୦୦ ଦିନରେ ଏହି ଯାତ୍ରାକୁ ଶେଷ କରିବେ। ଦିନ ରାତି ସାଇକେଲ ଯାତ୍ରା କରି ଅତିକ୍ରମ କରିବେ ଦୀର୍ଘ ୨୪ ହଜାର କିଲୋମିଟର। ଦୃଢ ଇଚ୍ଚା ଶକ୍ତି ଓ ଶ୍ରଦ୍ଧା ବଳରେ ସବୁ କିଛି ସମ୍ଭବ ହୋଇ ପାରିବ। ଏହା ଦୁଇ ଯୁବକଙ୍କ ମନୋବଳକୁ ଦେଖି ବାରି ହେଇଯାଉଛି । ଦୁଇ ଯୁବକଙ୍କ ଏହି ନିଶାକୁ ଦେଖି ସହାୟତାର ହାତ ବଢାଇଛନ୍ତି ବାଙ୍ଗାଲୋରର ଏବିଭିପି, ରୋଟେରୀ ହାଇଟ ଫିଲ୍ଡ ଏବଂ ଡ. ଦୁର୍ଗା ପ୍ରସାଦ ରେଡ୍ଡୀ ପ୍ରମୁଖ । ଆଜି କୋରାପୁଟରେ ପହଂଚିଂବା ପରେ ସୌମେନ୍ଦ୍ର କୁମାର ସ୍ୱାଇଁ,ବିଶ୍ୱଜିତ ମିଶ୍ର ଓ ଅଶ୍ୱିନୀ ସାହୁ ପ୍ରମୁଖ ସେମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ତାଙ୍କ ମନୋବଳକୁ ବୃଦ୍ଧି କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର