କିଭ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ସେନା ରାଜଧାନୀ କିଭରେ ପ୍ରବେଶ କରି ସାରିଛି। ଗୋଟିଏ ପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ୩ଥର ହତ୍ୟା କରିବାର ଉଦ୍ୟମ କରାଯାଇଥିବା ଖବର ଆସିଥିବା ବେଳେ ପୁଣି ଆଉ ଏକ ଚାଞ୍ଚଲ୍ୟ କର ଖବର ଆସିଛି। ରୁଷର ସେନାଙ୍କ ଉପରେ ୟୁକ୍ରେନ ସହରରେ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି, ଯଦିଓ ରୁଷ ସେନା ଦ୍ବାରା ଦୁଷ୍କର୍ମ ଘଟଣାର କୌଣସି ପ୍ରମାଣ ନାହିଁ, କିନ୍ତୁ ଦାବି କରୁଛୁ ଯେ ରୁଷ ସେନା ୟୁକ୍ରେନ ମହିଳାଙ୍କ ସହିତ ଦୁଷ୍କର୍ମ କରୁଛନ୍ତି। ଅନେକ ୟୁକ୍ରେନ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ଏକ କାର୍ଯ୍ୟକ୍ରମ ସମୟରେ କୁଲେବା କହିଛନ୍ତି ଯେ ସହର ଉପରେ କ୍ରମାଗତ ରୁଷ ବୋମା ପକାଯାଉଛି। କେବଳ ଏତିିକି ନୁହେଁ, ଅଧିକୃତ ସହରରେ ରୁଷ ସେନା ୟୁକ୍ରେନ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରୁଛି।
ଏପଟେ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି କି, ତାଙ୍କୁ ମାରିବା ପାଇଁ ୪୦୦ ହତ୍ୟାକାରୀଙ୍କୁ ପଠାଯାଇଥିଲା। ଏହି କାମ ପାଇଁ ରୁଷ ଉକ୍ତ ହତ୍ୟାକାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେବା ସହିତ ପୁରସ୍କାର ବି ଘୋଷଣା କରିଛି।