ଲିବ୍ୟାରେ ଗଣକବରର ସନ୍ଧାନ ମିଳିଛି : ଜାତିସଂଘ

ତ୍ରିପୋଲି : ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାରେ କେତେକ ସମ୍ଭାବ୍ୟ ଗଣକବରର ସନ୍ଧାନ ମିଳିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ଲିବ୍ୟାରେ ହେଉଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଜାତିସଂଘ ପକ୍ଷରୁ ପଠାଯାଇଥିବା ଏକ ମିଶନ ପକ୍ଷରୁ କୁହାଯାଇଛି ଯେ ଏହି ଦେଶରେ ଶତାଧିକ ଗଣକବର ମିଳିଛି । ତେବେ ସେଗୁଡ଼ିକ ସମ୍ପର୍କରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି ।

ଏହି ମିଶନ ପକ୍ଷରୁ ଜାତିଂସଘ ମାନବ ଅଧିକାର ପରିଷଦକୁ ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୬ରୁ ୨୦୨୦ ମଧ୍ୟରେ ଅଲ-କାନିଅତ୍ ନାମକ ଏକ ହିଂସ୍ର ଗୋଷ୍ଠୀ ପକ୍ଷରୁ ଦେଶରେ ବ୍ୟାପକ ହିଂସାକାଣ୍ଡ କରାଯିବା ସହ ଶହ ଶହ ଲୋକଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ଶାରିରୀକ ଅକ୍ଷମ ମଧ୍ୟ ଅଛନ୍ତି । ସେମାନଙ୍କୁ ମାରିବା ପରେ ଛୋଟ ଛୋଟ ବାକ୍ସରେ ରଖି ପୋତି ଦିଆଯାଇଥିଲା ।

ଲିବ୍ୟାର ତରହୁନାରେ ଏହି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଅପହରଣ, ଅତ୍ୟାଚାର ଓ ହତ୍ୟା ଘଟଣା ମାନବ ଜାତି ବିରୋଧରେ ଏକ ବଡ଼ ଅପରାଧ ।

ସୂଚନାଯୋଗ୍ୟ ଯେ ୨୦୧୧ରେ ଆମେରିକୀୟ ସେନା ଦ୍ବାରା ଲିବ୍ୟାର ଶାସକ ମୁଆମାର ଗଦ୍ଦାଫିଙ୍କ ହତ୍ୟା ପରେ ଏହି ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ଫାଇଦା ନେଇ ଅନେକ ମିଲିସିଆ ହିଂସାକାଣ୍ଡ ଓ ରକ୍ତପାତ ଚଳାଇଛନ୍ତି । ଏପରି ଗୋଷ୍ଠୀ ମାନଙ୍କ ମଧ୍ୟରୁ ସବୁଠାରୁ କୁଖ୍ୟାତ ହେଉଛି ୭ ଭାଇଙ୍କ ଦ୍ବାରା ପରିଚାଳିତ ଅଲ-କାନିଅତ ଗୋଷ୍ଠୀ ।

 

ସମ୍ବନ୍ଧିତ ଖବର