ସରକାରଙ୍କ ବିଷୟରେ ବାପାଙ୍କ କଥା ସ୍ମରଣ କରି ଜୋ ବାଇଡେନ୍‌ କହିଲେ: ସରକାର ସମସ୍ୟା କଥା ବୁଝନ୍ତୁ

ଓ୍ଵାସିଂଟନ୍‌: ଶନିବାର ଦିନ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ କରୋନାଭାଇରସ୍‌ କବଳିତ ଆମେରିକାବାସୀଙ୍କୁ କହିଛନ୍ତି ଯେ, ସେମାନେ ନିରାଶ ହୁଅନ୍ତୁ ନାହିଁ। ଖୁବ୍‌ ଶୀଘ୍ର ଦେଶ ଆର୍ଥିକ ପରିସ୍ଥିତି ସୁଧାରିବାରେ ସମର୍ଥ ହୋଇପାରିବ।

ଗୋଟାଏ ସରକାର ଠାରୁ କ’ଣ ଆଶା କରାଯାଇପାରେ ସେ ସଂକ୍ରାନ୍ତରେ ତାଙ୍କ ବାପା କହିଥିବା କଥା ମଧ୍ୟ ସ୍ମରଣ କରି ବାଇଡେନ୍‌ ଦେଶବାସୀଙ୍କୁ କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ବାପା ସବୁବେଳେ କହୁଥିଲେ, ଜୋଏ, ସରକାର ମୋ ସମସ୍ୟାର ସମାଧାନ କରିଦେବ ବୋଲି ମୁଁ ଚାହୁଁ ନାହିଁ। ମୁଁ ଚାହେଁ ସରକାର ମୋ ସମସ୍ୟା କଥା ବୁଝିବେ। ଲୋକେ ଅନୁଦାନ ଚାହାଁନ୍ତି ନାହିଁ। ଲୋକେ କେବଳ ସହାୟତା ଆବଶ୍ୟକ କରନ୍ତି। ନିଜର ଦୋଷ ନ ଥାଇ ବି ଲୋକେ ଅସୁବିଧାରେ ପଡ଼ନ୍ତି। ଅସୁବିଧା କଥା ବୁଝିବା ପାଇଁ ସେମାନେ ଆମର ସାହାଯ୍ୟ ଚାହାଁନ୍ତି।

Image Courtesy of Hindustan Times

ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ଜାଣେ ଖରାପ ପରିସ୍ଥିତି ପଡ଼ିଛି। ପରିସ୍ଥିତିକୁ ମୁକାବିଲା କରିବା ମଧ୍ୟ କଷ୍ଟକର। କିନ୍ତୁ, ମୁଁ ଜାଣେ ଆମେ ଏହାର ମୁକାବିଲା କରିପାରିବା। ଆମେ ସମସ୍ତଙ୍କ ପାଇଁ ଆର୍ଥିକ ସୁଧାର ଆଣି ପାରିବା। ଏଇଟା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ପୂର୍ବରୁ ମଧ୍ୟ ଆମେ ବହୁ ସମସ୍ୟା ଟାଳିଛନ୍ତି। ପୁଣି ମଧ୍ୟ ଆମେ ଅନେକ ସମସ୍ୟା ଟାଳିବା।

ସମ୍ବନ୍ଧିତ ଖବର