ଭୋଟିଂ ବେଳର ବିରଳ ଦୃଶ୍ୟ, ଗୋଟିଏ ଶରୀର ଦୁଇଟି ଭୋଟ 

ପାଟନା: ବିହାରର ପାଟନାରେ ଭୋଟିଂ ବେଳର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି | ଯୋଡ଼ାମୁଣ୍ଡ ଥିବା ଦୁଇ ଭଉଣୀ ସବା ଓ ଫାରହା ଆଜି ଭୋଟ ଦେଇଛନ୍ତି | ପ୍ରଥମ ଥର ପାଇଁ ଦୁଇ ଭଉଣୀ ଭାରତୀୟ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇଛନ୍ତି| ମିଳିଥିବା ସୂଚନା ମୁତାବକ ପାଟଳୀପୁତ୍ର ଲୋକସଭା ନିର୍ବାଚନମଣ୍ଡଳୀରେ ଦୁଇ ଭଉଣୀ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି | ୨୦୧୫ରେ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ଦୁଇ ଭଉଣୀଙ୍କୁ ଦୁଇଟି ଭୋଟ ଦେବାର ସୁଯୋଗ ମିଳିନଥିଲା| ପରେ ଏହି ଘଟଣାକୁ ଖୋଦ ନିର୍ବାଚନ କମିଶନ ଅନୁଧ୍ୟାନ କରିଥିଲେ | ଆଉ ନିର୍ଦ୍ଦେଶ ଦେଇଥିଲେ ଯେ ଦୁଇଟି ଶରୀର ଥିବାରୁ ଦୁଇ ଜଣ ନିଜ ନିଜର ଭୋଟ ଦେଇପାରିବେ | ବିହାରର ଦିଘା ବିଧାନସଭା  ଅଂଚଳରେ ଏହି ଦୁଇ ଭଉଣୀ ରହୁଥିବାବେଳେ ଜନ୍ମରୁ ଏମାନଙ୍କର ମୁଣ୍ଡ ଲାଗି ହୋଇରହିଛି | ବଡ କଥା ହେଉଛି ଦୁଇ ଭଉଣୀ କିଭଳି ଦୁଇଟି ଭୋଟ ଦେବେ ତାହାକୁ ନେଇ ନିର୍ଵାଚନ କମିଶନଙ୍କୁ କସରତ କରିବାକୁ ପଡିଥିଲା | ଦୁଇ ଜଣଙ୍କର ନାମକୁ ଗୋଟିଏ ଭୋଟର ପରିଚୟ ପତ୍ରରେ ଲେଖାଯାଇଥିଲା | ଯାହା ଫଳରେ ଦୁଇ ଭଉଣୀ ପରସ୍ପରର ରାୟ ନେଇ ଏଥର ଭୋଟ ଦେଇଛନ୍ତି |

ସମ୍ବନ୍ଧିତ ଖବର