ଅନଲକ-୧ : ଲୋକମାନଙ୍କ ଗମନାଗମନ ଉପରୁ କଟକଣା ହଟିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୫ମ ପର୍ଯ୍ୟାୟ  ଲକଡାଉନ ଘୋଷଣା କରିଛନ୍ତି । ତେବ ଏହାକୁ ଲକଡାଉନ କୁହାନଯାଇ ଅନଲକ-୧ ବୋଲି କୁହାଯାଉଛି । କାରଣ  ଏଥର ଅଧିକାଂଶ ନିୟମାବଳୀକୁ କୋହଳ କରାଯାଇଛି । ନୂଆ ନିୟମାବଳୀର ବିଶେଷତା ହେଲା ଏଥର ଲୋକମାନଙ୍କ ଗମନାଗମନ ଉପରେ କୌଣସି କଟକଣା ଲଗାଯାଇନାହିଁ । ପୂର୍ବରୁ ମାଲପରିବହନ ଉପରେ କୌଣସି କଟକଣା ନଥିବାବେଳେ ଲୋକମାନେ ଯାତାୟାତ କରିବା ପାଇଁ ପାସର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଥର ଲୋକମାନେ ନିଜର ଇଚ୍ଛାମତେ ଯିବାଆସିବା କରିପାରିବେ ଓ ଏଥିପାଇଁ କୌଣସି ଅନୁମତି, ପାସ ଆଦିର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଲୋକମାନଯାତ୍ରା କଲାବେଳେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତ୍ବ ରଖିବେ ।

କିନ୍ତୁ  ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କ ଗମନାଗମନ ଉପରେ କଟକଣା ଲାଗୁ କରିପାରିବେ । ତେବେ ଏଥିପାଇଁ ପୂର୍ବରୁ ଲୋକମାନଙ୍କୁ ପ୍ରଚାର ମାଧ୍ୟମରେ ସୂଚୀତ କରିବାକୁ ହେବ ।

ସେହିପରି ଶ୍ରମିକ ସ୍ପେଶାଲ ଟ୍ରେନ, ଘରୋଇ ରୁଟରେ ବିମାନ ସେବା, ବିଦେଶରେ ଥିବା ଲୋକମାନଙ୍କୁ ଆଣିବା କାର୍ଯ୍ୟ ଜାରି ରହିବ । ଏସଓପି ପାଳନ କରି ଏସବୁ କାର୍ଯ୍ୟ କରାଯାଇପାରିବ । ସେହିପରି ଅନ୍ତଃ ରାଜ୍ୟ ଓ ସୀମାପାର ମାଲ ପରିବହନକୁ  ଅନୁମିତ ଦିଆଯିବ ।

ସମ୍ବନ୍ଧିତ ଖବର