ରାଉରକେଲା: ସୋସିଆଲ୍ ମିଡିଆରେ ବଢ଼ିଲାଣି ଅସାମାଜିକଙ୍କ ଦୌରାତ୍ମ୍ୟ। ଲୋକଙ୍କୁ ଆତଙ୍କିତ କରି ନିଜ ଆଧିପତ୍ୟ ଜାହିର ପାଇଁ ଆସାମାଜିକ ଲୋକେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଅସାମାଜିକ ବ୍ୟକ୍ତିମାନେ ବନ୍ଧୁକ, ଖଣ୍ଡା ଆଦି ମାରଣାସ୍ତ୍ର ଧରିଥିବା ଫଟୋ ଓ ରିଲ୍ସ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି। ଏମିତିକି ଗୁଳି ଫୁଟାଇ ଭିଡିଓ କରି ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ପକାଉଛନ୍ତି। ଏହିକ୍ରମରେ ପଛରେ ନାହାନ୍ତି ସ୍ମାର୍ଟସିଟି ରାଉରକେଲାର କିଛି ଯୁବକ। ସେମାନେ ବଡ଼ବଡ଼ ଖଣ୍ଡା, ଭୁଜାଲି ଆଦି ଧରି ଫଟୋ ଭିଡିଓ ନିଜ ପ୍ରୋଫାଇଲରେ ପୋଷ୍ଟ କରୁଛନ୍ତି। ଏମିତି କି ଦେଶୀ ପିସ୍ତଲ ଏବଂ ମାଉଜର ଧରି ମଧ୍ୟ ଫଟୋ ଅପଲୋଡ୍ କରୁଛନ୍ତି। ଅତୀତରେ ଏମିତି ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ଉପରେ ଭୁବନେଶ୍ବର କମିସନରେଟ୍ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ରାଉରକେଲା ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ଚର୍ଚ୍ଚା ଜୋର ଧରିଛି।
ଟେକ୍ନୋଲଜିର ଏହି ଅତ୍ୟାଧୁନିକ ଯୁଗରେ ସୋସିଆଲ୍ ମିଡିଆ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଫେସ୍ବୁକ୍ର ବହୁଳ ବ୍ୟବହାର ହେଉଥିଲା। ତା’ପରେ ଇନ୍​ଷ୍ଟାଗ୍ରାମ୍, ସ୍ନାପଚାଟ୍, ଟ୍ବିଟର(ବର୍ତ୍ତମାନର ଏକ୍ସ) ଭଳି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମର ଚାହିଦା ବଢ଼ିଛି। ଲୋକେ ସୋସିଆଲ୍ ମିଡିଆରେ ନିଜର ନିତିଦିନିଆ ଭିଡିଓ ଓ ଫଟୋ ଅପଲୋଡ୍ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ମଧ୍ୟରେ ଭାରତ ବିଶ୍ବର ପ୍ରଥମ ସ୍ଥାନରେ ରହିଛି। ପ୍ରାୟ ୪୦ କୋଟି ଯୁବକଯୁବତୀ ଏହାକୁ ବ୍ୟବହାର କରୁଛନ୍ତି। କିଛି ଲୋକ ନିଜ ପ୍ରତିଭା ଓ ଅନ୍ତର୍ନିହିତ କଳା ପ୍ରଦର୍ଶନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବାବେଳେ ଆଉ କିଛି ଏକାକୁ ଆତଙ୍କ ସୃଷ୍ଟିର ମାଧ୍ୟମ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ତାରିଖରେ ରାଉରକେଲାରେ ଖଣ୍ଡା ଧରି ଡକାୟତି ଯୋଜନା କରୁଥିବାବେଳେ ସେକ୍ଟର-୭ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ସେହିଭଳି ନଭେମ୍ବର ମାସରେ ରଘୁନାଥପାଲି ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି ଯୋଜନା କରୁଥିବାବେଳେ ପ୍ରଥମେ ୫ ଜଣ ଏବଂ ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରୁ ମଧ୍ୟ ବନ୍ଧୁକ ଓ ଖଣ୍ଡା ସହ ୩ ଜଣ ଡକାୟତଙ୍କୁ ଗିରଫ କରାଯାଇଥିଲା। ତେଣୁ ସାମାଜିକ ଗଣମାଧ୍ୟମ ଅପବ୍ୟବହାରକାରୀଙ୍କ ଉପରେ ରାଜଧାନୀରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହେଲେ ରାଉରକେଲାରେ କେବେ ବୋଲି ପ୍ରଶ୍ନ ଉଠୁଛି।
ଉଲ୍ଲେଖଯୋଗ୍ୟ ଯେ ଟେକ୍ନୋଲଜିର ଏହି ଅତ୍ୟାଧୁନିକ ଯୁଗରେ ସୋସିଆଲ୍ ମିଡିଆ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଫେସ୍ବୁକ୍ର ବହୁଳ ବ୍ୟବହାର ହେଉଥିଲା। ତା’ପରେ ଇନ୍​ଷ୍ଟାଗ୍ରାମ୍, ସ୍ନାପଚାଟ୍, ଟ୍ବିଟର(ବର୍ତ୍ତମାନର ଏକ୍ସ) ଭଳି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମର ଚାହିଦା ବଢ଼ିଛି। ଲୋକେ ସୋସିଆଲ୍ ମିଡିଆରେ ନିଜର ନିତିଦିନିଆ ଭିଡିଓ ଓ ଫଟୋ ଅପଲୋଡ୍ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କ ମଧ୍ୟରେ ଭାରତ ବିଶ୍ବର ପ୍ରଥମ ସ୍ଥାନରେ ରହିଛି। ପ୍ରାୟ ୪୦ କୋଟି ଯୁବକଯୁବତୀ ଏହାକୁ ବ୍ୟବହାର କରୁଛନ୍ତି। କିଛି ଲୋକ ନିଜ ପ୍ରତିଭା ଓ ଅନ୍ତର୍ନିହିତ କଳା ପ୍ରଦର୍ଶନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବାବେଳେ ଆଉ କିଛି ଏକାକୁ ଆତଙ୍କ ସୃଷ୍ଟିର ମାଧ୍ୟମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)